ନାହିଁ ବାଛ ବିଚାର, ଲୋକଙ୍କ ହୃଦୟର ନେତା ସୁଶାନ୍ତ

ଭୁବନେଶ୍ୱର () ନିର୍ବାଚନ ପୂର୍ବରୁ ନେତାମାନେ ସାଧାରଣ ଗରିବ ଗୁରୁବା ଲୋକଙ୍କ ଘରେ ଭୋଜନ କରିବା ଆଳରେ ଭୋଟ୍ ଭୀକ୍ଷା କରିବା ନୂଆ କଥା ନୁହେଁ । ବିଜେପି ଦଳ ତରଫରୁ ଚଳିତ ନିର୍ବାଚନ ପୂର୍ବରୁ ଏଭଳି ଏକ ଅଭିଯାନ ଆରମ୍ଭ ହୋଇଥିଲା । ହେଲେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓରଫ୍ ବାପୁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ନିର୍ବାଚନ ସମୟରେ ଯେଉଁ ଭୋଟରଙ୍କ ଭୋଟ୍ ପାଇ ସେ ବିଧାୟକ ହୋଇଛନ୍ତି ସେହିମାନଙ୍କ ହୃଦୟରେ ରହିବାକୁ ପ୍ରୟାସ କରିଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ନୂଆ ବିଧାୟକଙ୍କୁ ଏହି ପରାମର୍ଶ ଦେଇଥିଲେ ।

ନିର୍ବାଚନ ଜିତିବା ପରେ ସାଧାରଣତଃ ନେତାମାନେ ନିର୍ବାଚନମଣ୍ଡଳୀରେ କମ୍ ଦିଶନ୍ତି । ବାପୁ କିନ୍ତୁ ଦିନର ଅର୍ଦ୍ଧାଧିକ ସମୟ ନିର୍ବାଚନମଣ୍ଡଳୀରେ ଘୁରୁ ବୁଲୁଥାନ୍ତି । ଯିଏ ଯେଉଁଠି ଖାଇବାକୁ ଡାକିଲା ସେହି ବସିପଡ଼ନ୍ତି ଆଉ ତାଙ୍କ ସାଙ୍ଗରେ ଭୋଜନ ମଧ୍ୟ କରନ୍ତି । ସେ ସମୟରେ ସେ ଧନୀ, ଗରିବ କି ଉଚ୍ଚନୀଚର ଭେଦଭାବ ଭୁଲିଯାଆନ୍ତି ।

ଆଜି ସେହିଭଳି ଗରିମୁଣ୍ଡ ପଞ୍ଚାୟତରେ ବୁଲୁଥିବା ସମୟରେ ଭାଗ୍ୟଧର ପରିଡ଼ା ନାମକ ଜଣେ ସାଧାରଣ ଲୋକ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲା । କିଛି ବାଛବିଚାର ନ କରି ବାପୁ ତାଙ୍କ ବାରଣ୍ଡାରେ ତଳେ ଆସନ ପାରି ଖାଇ ବସିଲେ । ଭାତ, ଡାଲି ସହ ମାଛଭଜା, ବାଇଗଣ ଭଜା ଖାଇଥିଲେ । ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ଲୋକେ ଏଭଳି ଖଣ୍ଡେ ବିଧାୟକଙ୍କୁ ପାଇଁ ବେଶ୍ ଖୁସି ।

Share

Leave a Reply

Your email address will not be published. Required fields are marked *

seventeen − 5 =