ନବୀନଙ୍କ ଉଦ୍ୟମକୁ ନୀତିଶଙ୍କ ପ୍ରଶଂସା

ଭୁବନେଶ୍ବର (): ବିଜେଡିର ପ୍ରତିନିଧି ଦଳ ଆଜି ଜନତା ଦଳ (ୟୁ)କୁ ଭେଟିଥିଲେ । ବିଜେଡି ତରଫରୁ ସାଂସଦ ନଗେନ୍ଦ୍ର ପ୍ରଧାନ ଏବଂ ରବୀନ୍ଦ୍ର କୁମାର ଜେନା ଜନତା ଦଳ (ୟୁ) ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପାଟନାସ୍ଥିତ ତାଙ୍କ ବାସଭବନରେ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ଶ୍ରୀ ଯାଦବ ଏ ପ୍ରସଂଗରେ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିବା ସହିତ ଆଶା ପ୍ରକାଶ କରିଥିଲେ ଯେ ଏହି ପ୍ରୟାସ ଯେପରି ସଫଳ ହୁଏ । ତତ୍‍ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ବାଗତ କରିବା ସହିତ ପ୍ରଶଂସା କରିଥିଲେ । ନୀତିଶ କୁମାର କହିଥିଲେ ଯେ ନବୀନ ମହିଳାମାନଙ୍କ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସ୍ବାଗତଯୋଗ୍ୟ । ସୂଚନାଯୋଗ୍ୟ, ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ପ୍ରତିନିଧିମାନେ ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

11 − 9 =