ସସ୍ମିତ ଓ ଅମରଙ୍କୁ ନୂଆ ଦାୟିତ୍ବ ଦେଲେ ନବୀନ

ଭୁବନେଶ୍ବର () ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଦଳର ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ଦେଇଛନ୍ତି । ଏଥିସହତ ସାଂସଦ ଅମର ପଟ୍ଟନାୟକଙ୍କୁ ସଂସଦୀୟ ଦଳର ସାଧାରଣ ସମ୍ପାଦକ ନିଯୁକ୍ତି ଦେଇଛନ୍ତି ।

ନିକଟରେ ସସ୍ମିତ ଓ ଅମରଙ୍କୁ ନବୀନ ରାଜ୍ୟସଭାକୁ ପଠାଇଛନ୍ତି । ରାଜ୍ୟସଭାରେ ଏହି ଦୁଇ ନେତାଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହିଛି । ରାଜ୍ୟର ସ୍ବାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଛନ୍ତି । ଦଳ ପକ୍ଷରୁ ଏହି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

20 + 10 =