ନବୀନଙ୍କ ରାଜନୈତିକ ସଫଳତା ଅନ୍ୟ ପାଇଁ ଉଦାହାରଣ

ଭୁବନେଶ୍ୱର (): ତାମିଲନାଡ଼ୁର ରାଜନୈତିକ ଦଳ ଏମଏନଏମର ପ୍ରତିଷ୍ଠାତା ତଥା ଅଭିନେତା କମଲ ହାସନ ଆଜି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରି ଜାତୀୟ ରାଜନୀତି ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଦଳର ଭବିଷ୍ୟତ ଯୋଜନା ଉପରେ ଆଲୋଚନା ହୋଇଥିଲା । ଅପର ପକ୍ଷରେ କମଳ ହାସନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କାଳରେ ରାଜନୈତିକ ଉପାଦେୟ ପରାମର୍ଶ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୈନନ୍ଦିନ ଜୀବନଶୈଳୀ ବହୁ ପାଖରୁ ଦେଖିଲେ ଏବଂ ସେଥିରୁ ମଧ୍ୟ କିଛି ଶିକ୍ଷା କଲେ । ତାଙ୍କର ରାଜନୈତିକ ଏବଂ ଶାସନର ଅଭିଜ୍ଞତା ସମ୍ପର୍କରେ ଜାଣିବାର ସୁଯୋଗ ପାଇଲେ ।

Share

Leave a Reply

Your email address will not be published. Required fields are marked *

thirteen − two =