ବିଜେଡି ଭଲ ପ୍ରଦର୍ଶନ କରିବ : ନବୀନ

ଭୁବନେଶ୍ବର () ବିଜେଡି ପୂର୍ବ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । ପୂର୍ବାହ୍ନ 9ଟା 15 ପନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଏରୋଡ୍ରମ ୟୁପି ସ୍କୁଲ ନିକଟରେ ପହଁଚିଥିଲେ । ଏହି ସ୍କୁଲରେ ଚାରୋଟି ବୁଥ ହୋଇଥିବା ବେଳେ ଏହାକୁ ଏକ ମଡେଲ ବୁଥ ଭାବେ ଗ୍ରହଣ କରାଯାଇଥିଲା । ଏହି ସ୍କୁଲଟି ଏକ ଗଳି ମଧ୍ୟରେ ଥିବାରୁ ମୁଖ୍ୟମନ୍ତ୍ରୀ ଚାଲି ଚାଲି ବୁଥକୁ ଯାଇଥିଲେ । ଏହି ସ୍କୁଲର 112 ନମ୍ବର ବୁଥରେ ନବୀନ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ବୁଥରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗତଥର ଅପେକ୍ଷା ଏଥର ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ।

Share

Leave a Reply

Your email address will not be published. Required fields are marked *

seven − 2 =