ନବୀନ ଯାହା କୁହନ୍ତି, ତାହା କରି ଦେଖାନ୍ତି : ପ୍ରମାଣ ଦେଲେ ଅରୁଣ

ଭୁବନେଶ୍ୱର :

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯାହା କୁହନ୍ତି ତାହା କାର୍ଯ୍ୟରେ କରିଦେଖାନ୍ତି । ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳିନାହାଁନ୍ତି ବୋଲି ଆକ୍ଷେପ କରିଥିବା ବେଳେ ମନ୍ତ୍ରୀ ଅରୁଣ ସାହୁ ସାଙ୍କେତିକ ଭାବେ ଏକ ନଦୀରେ ଗାଧୋଇ ତାର ଜବାବ ଦେଇଛନ୍ତି । ସାଙ୍କେତିକ ଭାବେ କହିଛନ୍ତି ଯେ, ବିଜେଡି ସରକାର ଫମ୍ପା ଆବାଜର ସରକାର ନୁହେଁ, ଏହା ଲୋକଙ୍କ ସରକାର ।

ଆଜି ସରିବ ପ୍ରଚାର l ସରଗରମ ବିଜେପୁର ରାଜନୀତି l ଚାଲିଛି ଆକ୍ଷେପ ଓ ପ୍ରତି ଆକ୍ଷେପ ରାଜନୀତି l ଏସବୁ ଭିତରେ ମନ୍ତ୍ରୀ ଅରୁଣ ସାହୁ ଏକ ପାଖରୀରେ ବୁଡି ଗାଧୋଇବା ସମସ୍ତଙ୍କୁ ଚକିତ କରିଥିଲା । ଖୋଜୁ ଖୋଜୁ କାରଣଟି ଧରାପଡ଼ିଲା । ଏହା ତାଙ୍କର ମଉଜ ନଥିଲା । ବିରୋଧୀଙ୍କୁ ଉତ୍ତର ଦେବାକୁ ଏବଂ ବିଜେପୁରବାସୀଙ୍କ ପ୍ରମାଣ ଦେବାକୁ ସେ ଏହା କରିଥିଲେ ।

ବିଜେଡିର ରୀତା ସାହୁଙ୍କୁ ବିଜେପୁରବାସୀ କାହିଁକି ଭୋଟ ଦେବେ ତାହାର ପ୍ରମାଣ ବିଜେପୁର ଦାମୋଦର କଟା ବନ୍ଧ ପୋଖରୀରେରେ ବିଜେଡି ନେତା ଓ ସ୍ଥାନୀୟ ଲୋକଙ୍କ ସହ ବୁଡ଼ ପକାଇ ମନ୍ତ୍ରୀ ଅରୁଣ ସାହୁ ବାର୍ତ୍ତା ଦେଇଛନ୍ତି l ଯାହାକି ଏବେ ବିଜେପୁରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ବିଶେଷ କରି ବିଜେପୁରରେ ବିଜେଡିକୁ ପ୍ରଶ୍ନ ପଚାରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅରୁଣଙ୍କ ଏହା ମାଷ୍ଟରଷ୍ଟୋକ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି l ରୀତା ସାହୁଙ୍କୁ ଜିତେଇବା ପାଇଁ ନବୀନଙ୍କ ଯୁବ ବାହିନୀ ଲାଗିପଡିଛନ୍ତି l

Share

Leave a Reply

Your email address will not be published. Required fields are marked *

11 + three =