ସ୍ପଷ୍ଟିକରଣ ଦେଲେ କଂଗ୍ରେସ ବିଧାୟକ ନବ ଦାସ

ଭୁବନେଶ୍ବର () ଗତ କିଛି ଦିନ ହେଲା ଝାରସୁଗୁଡା ବିଧାୟକ ନବ ଦାସଙ୍କୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟାଇବାକୁ ଆଜି ସେ ସ୍ପଷ୍ଟିକରଣ ଦେଇଛନ୍ତି । ଏକ ପ୍ରେସ ଇସ୍ତାହାର ଜରିଆରେ ସେ କଂଗ୍ରେସ ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଚର୍ଚ୍ଚା ହେଉଥିଲା ଯେ, ଖୁବଶୀଘ୍ର ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ । ବିଭିନ୍ନ ରାଜନୈତିକ ଘଟଣାକ୍ରମରୁ ଏହାର ସଂକେତ ମିଳୁଥିଲା । ଆଜି କିନ୍ତୁ ନବ ନିଜ ସ୍ପଷ୍ଟିକରଣରେ କହିଛନ୍ତି ଯେ, ସେ ଛାତ୍ର ଜୀବନରୁ କଂଗ୍ରେସ ସହ ରହିଛନ୍ତି । କଂଗ୍ରେସ ଦଳ ତାଙ୍କୁ ଦୁଇ ଥର ବିଧାୟକ କରିଥିବା ବେଳେ ସେ ଦଳର ଉତଥାନ ଓ ପତନରେ ଜଡିତ ଏବଂ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ।

ଅତିତରେ ତାଙ୍କ କାର୍ଯ୍ୟ ଦ୍ବାରା ପ୍ରଭାବିତ ହୋଇ ତାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି । ସେ ଏଥିପାଇଁ ସେ ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ପାଳନ କରୁଛନ୍ତି । ବର୍ତ୍ତମାନ ସ୍ଥିତିରେ ସେ କଂଗ୍ରେସ ଛାଡି ଅନ୍ୟ କୌଣସି ଦଳରେ ଯୋଗ ଦେବେନି ସ୍ପଷ୍ଟିକରଣ ଦେଇଛନ୍ତି ନବ ।

Share

Leave a Reply

Your email address will not be published. Required fields are marked *

19 − sixteen =