2019ରେ ମୋଦି କ୍ଷମତାକୁ ଫେରିବେ ନାହିଁ ! କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ () 2019 ନିର୍ବାଚନରେ ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତର ରାଜନୈତିକ ଦୃଶ୍ୟପଟରେ ଏକ ବିରାଟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯେଉଁ ଦେଶରେ 850 ନିୟୁତ ଭୋଟର ସରକାର ଗଠନ କରନ୍ତି ସେମାନେ ଏଥର ପରିବର୍ତ୍ତନ ମୁହାଁ ହୋଇଛନ୍ତି । ଆଉ ଏହି ପରିବର୍ତ୍ତନ ବିଜେପି ସପକ୍ଷରେ ଯାଉନି ।

2014 ସାଧାରଣ ନିର୍ବାଚନରେ 30 ବର୍ଷର ଲୋକସଭା ଇତିହାସରେ ରେକର୍ଡ ସୃଷ୍ଟି କରି ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା । ସେ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ ‘ମେସିହା’ ପାଲଟିଯାଇଥିଲେ । କିନ୍ତୁ ଏହି ନିର୍ବାଚନରେ ଦେଶବାସୀଙ୍କ ମୁଡ ବଦଳୁଛି । କଂଗ୍ରେସ-ତୃଣମୂଳ କଂଗ୍ରେସ-ଏସପି-ବିଏସପିର ମହାମେଣ୍ଟ ଏନଡିଏ ପ୍ରତି ସବୁଠାରୁ ବଡ ଚ୍ୟାଲେଂଜ ସୃଷ୍ଟି କରିଛି । ଏହି ମେଣ୍ଟ ବିଜେପି ନେତୃତ୍ବାଧୀନ ଏନଡିଏ ପୁଣି ଥରେ କେନ୍ଦ୍ରରେ କ୍ଷମତାର ଡୋରୀ ଧରିବା କ୍ଷେତ୍ରରେ ବଳିଷ୍ଠ ପ୍ରତିବନ୍ଧକ ହୋଇ ଛିଡା ହେବାକୁ ଯାଉଛି ।

ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟ ମୁଡ ଅଫ ନେସନ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ ପଦାକୁ ଆସୁଛି । ଦେଶର 19ଟି ରାଜ୍ୟର 194 ବିଧାନସଭା କ୍ଷେତ୍ର ଅନ୍ତର୍ଗତ 97 ସଂସଦୀୟ କ୍ଷେତ୍ରରେ ସର୍ଭେ ହୋଇ ଭୋଟରଙ୍କ ମୁଡକୁ ମପାଯାଇଥିଲା । ଏହି ସର୍ଭେ ଅନୁଯାୟୀ ବିଜେପି ଆଉ ଅପରାଜୟ ଦଳ ହୋଇ ରହିନାହିଁ । 2014 ବିଜେପି ନେତୃତ୍ବାଧୀନ ଏନଡିଏ 323ଟି ଆସନରେ ଜିତିଥିବା ବେଳେ ଏଥର ଏନଡିଏକୁ 219ଟି ଆସନ ମିଳିବ ବୋଲି ସମ୍ଭାବନା ରହିଛି । ଗତ ସାଧାରଣ ନିର୍ବାଚନରେ ବିଜେପି ଏକାକି 543 ଲୋକସଭା ଆସନରୁ 282 ଆସନରୁ ଜିତିଥିଲା । ବିଜେପି ବିପକ୍ଷରେ ଯାଉଥିବା ମୁଡ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସପକ୍ଷରେ ଯାଉଛି । କଂଗ୍ରେସ-ତୃଣମୂଳ କଂଗ୍ରେସ-ଏସପି-ବିଏସପି ମେଣ୍ଟ ସପକ୍ଷରେ 269ଟି ଆସନ ଯିବ ବୋଲି ଆକଳନ କରାଯାଇଛି ।

ଏଥିସହିତ 2019ରେ ଅଣ-ଏନଡିଏ ଓ ଅଣ-ୟୁପିଏ ରାଜନୈତିକ ଦଳଗୁଡିକ ମଧ୍ୟ ଶକ୍ତିଶାଳୀ ବିକଳ୍ପ ଭାବେ ଉଭା ହେବେ । ଏହି ଶକ୍ତିଗୁଡିକୁ ପ୍ରାୟ 140ଟି ଆସନ ମିଳିବ ବୋଲି ସମ୍ଭାବନା ରହିଛି । ଏଥିସହିତ ବିଜେପି ପାଇଁ ଉତ୍ତରପ୍ରଦେଶରୁ ଶକ୍ତ ଧକ୍କା ଲାଗିବ । ଉତ୍ତରପ୍ରଦେଶର 80ଟି ଲୋକସଭା କ୍ଷେତ୍ରରୁ ବିଜେପି 71ଟି ଆସନ ପୋଛି ନେଇଥିଲା । ଏଥିସହିତ ବିଜେପିର ସହଯୋଗୀ ଆପନା ଦଳ ମଧ୍ୟ 2ଟି ଆସନ ଜିତିଥିଲା । ହେଲେ ଆଜିକା ଦିନରେ ଯଦି ନିର୍ବାଚନ ହୁଏ ତେବେ ବିଜେପି 18ଟି ଆସନ ଜିତିବ । ଅପରପକ୍ଷରେ ଏସପି-ବିଏସପି ମେଣ୍ଟ 58ଟି ଆସନ ଜିତିବ ।

ମୋଦିଙ୍କ ବିପକ୍ଷରେ ସୃଷ୍ଟି ହେଉଥିବା ମୁଡ ନିକଟରେ ଅନୁଷ୍ଠିତ ତିନୋଟି ହିନ୍ଦି ଭାଷାଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ନିର୍ବାଚନରୁ ସ୍ପଷ୍ଟ ହୋଇଯାଇଛି । ଦେଶର ଅର୍ଥନୈତିକ ବିକାଶ ଓ ନୂଆ ନିଯୁକ୍ତି ସୃଷ୍ଟିର ପ୍ରତିଶୃତି ଦେଇଥିବା ମୋଦି ନିଜ ପ୍ରତିଶୃତି ପୂରଣରେ ଫେଲ ମାରିବାରୁ ଦେଶର ମୁଡ ବଦଳୁଛି ବୋଲି ସର୍ଭେ କହିଛି । ମିଡିଆରେ ମୋଦି ଆସନ୍ତା ସାଧାରଣ ନିର୍ବାଚନରେ ବାରଣାସୀ ଓ ପୁରୀରୁ ନିର୍ବାଚନ ଲଢିବେ ବୋଲି ରିପୋର୍ଟ ଆସିବା ପରେ କଂଗ୍ରେସ ତାଙ୍କ ଟ୍ରମ୍ଫ କ୍ରାଡ ଖେଳି ପ୍ରିୟଙ୍କା ଗାନ୍ଧୀଙ୍କୁ ମୈଦାନକୁ ଓହ୍ଲାଇଛି ।

ଯଦିଓ ପ୍ରିୟଙ୍କା ରାଜନୀତିକୁ ନୂଆ ନୁହଁନ୍ତି, ସେ ନିଜ ମାଁ ସୋନିଆ ଗାନ୍ଧୀଙ୍କ ରାୟ ବରେଲୀ ଆସନର ରଣନୀତିର ତତ୍ବାବଧାନ କରୁଥିଲେ । 2019ରେ ପ୍ରିୟଙ୍କା ଉତ୍ତରପ୍ରଦେଶରେ ଶହେ ବର୍ଷର ପୂରୁଣା ଦଳର ପୁନରୁଦ୍ଧାର ମଙ୍ଗ ଧରିବେ । ପ୍ରିୟଙ୍କା ଉତ୍ତରପ୍ରଦେଶରେ କଂଗ୍ରେସର ମଙ୍ଗ ଧରିଲେ ମୋଦି-ଯୋଗୀଙ୍କ ମେଣ୍ଟକୁ ବଡ ଚ୍ୟାଲେଂଜ ହେବ ବୋଲି ମଧ୍ୟ ଆକଳନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

4 + seventeen =