ମୋଦି ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି : ନବୀନ

ଭୁବନେଶ୍ୱର () ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ସେହିଭଳି ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତକାରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏଭଳି ଟିପ୍ପଣୀ ଦେଇଛନ୍ତି ।

ନବୀନଙ୍କ ମତରେ ଦେଶର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଅଟଳ ବିହାରୀ ବାଜପେୟୀ ଜଣେ ଥିଲେ । ମୋଦି ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଫେଲ ମାରିଛନ୍ତି । ବିଶେଷ କରି ନିଯୁକ୍ତି, ଚାଷୀଙ୍କ ସମସ୍ୟା ଏବଂ ଜଳସେଚନ ନେଇଥିବା ପ୍ରତିଶ୍ରୁତିକୁ ପୂରଣ କରିନାହାନ୍ତି ।

ସେହିଭଳି ଏଆଇସିସି ଅଧକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ ସେ ଏଯାଏଁ  ରାଜନୀତିରେ ପତିପକ୍ଵ ହୋଇନାହାନ୍ତି ।

Share

Leave a Reply

Your email address will not be published. Required fields are marked *

2 + 1 =