ଦଳ ଚାହିଁଲେ ପୁଣି କଂଗ୍ରେସରୁ ଲଢିବି

ଭୁବନେଶ୍ବର (): ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ କୋରାପୁଟ ପ୍ରତିନିଧିଶୂନ୍ୟ ହୋଇପାରେ। କାରଣ କୋରାପୁଟ ବିଧାୟକ କୃଷ୍ଣ ସଗରିଆ ଆଜି ପୂର୍ବ ନିଷ୍ପତ୍ତି ଅନୁସାରେ ନିଜର ହାତଲେଖା ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ନିଜ ଇସ୍ତାଫାପତ୍ର ପ୍ରଦାନ କରିଛନ୍ତି । ବିଧାୟକ ପଦରୁ ଇସ୍ତଫା ଦେବାକୁ ପୂର୍ବରୁ ଘୋଷଣା କରିଥିଲେ । ବିଧାୟକ ପଦରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଛନ୍ତି ।

ବିଧାୟକ ପଦରୁ ଇସ୍ତଫା ନଦେବାକୁ ତାଙ୍କୁ ପିସିସି ସଭାପତି ଆଜି ପୂର୍ବାହ୍ନରେ ବୁଝାଇଥିଲେ । ହେଲେ କୁନ୍ଦୁଲି ପିଡିତାଙ୍କୁ ନ୍ୟାୟ ମିଳିନଥିବା ପ୍ରତିବାଦରେ ଜନ ଆନ୍ଦୋଳନ ସ୍ତୁଷ୍ଟି ଲକ୍ଷରେ ସେ ଇସ୍ତଫା ଦେଇଥିବା କହିଛନ୍ତି । ଆସନ୍ତା 10 ତାରିଖରେ ସେ ସାମାଜିକ ନ୍ୟାୟ ସଂକ୍ରାନ୍ତରେ ଏକ ଆଲୋଚନାଚକ୍ରର ଆୟୋଜନ କରିବେ । ଆସନ୍ତା ନିର୍ବାଚନରେ କଂଗ୍ରେସ ଚାହିଁଲେ ସେ ପୁଣିଥରେ କୋରାପୁଟରୁ ଦଳୀୟ ପ୍ରାର୍ଥୀ ହେବେ । ଯଦି ଦଳ ପ୍ରାର୍ଥୀ ନକରେ ତେବେ ସେ ଦଳ ପାଇଁ କାମ କରିବେ । ସେ କଂଗ୍ରେସରେ ଅଛନ୍ତି ବୋଲି କହିଛନ୍ତି ।

କୁନ୍ଦୁଲିରେ ଗଣଦୁଷ୍କର୍ମ ଶିକାର ହୋଇଥିବା ନାବାଳିକାକୁ ନ୍ୟାୟ ନମିଳିବା ଏଂବ ସେ ଆତ୍ମହତ୍ୟା କରିବା ଘଟଣାକୁ କେନ୍ଦ୍ରକରି ସେ ଇସ୍ତଫା ଦେଇଥିବା କହିଛନ୍ତି। ନେଅତିକତା ଦୃଷ୍ଟିରୁ ତାଙ୍କର ଇସ୍ତଫା ଉଦ୍ଦିଷ୍ଟ ବୋଲି ସେ ସୂଚନା ଦେଇଛନ୍ତି। ତେବେ ସେ କଂଗ୍ରେସ ଦଳରେ ପୂର୍ବ ଭଳି ରହିବେ ଏବଂ କାର୍ଯ୍ୟ ଜାରି ରଖିବେ।

Share

Leave a Reply

Your email address will not be published. Required fields are marked *

13 + 10 =