ଶୁଭ ବୁଧବାର : କାଲି ନବୀନଙ୍କ ନାମାଙ୍କନ

ଭୁବନେଶ୍ବର () ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ବିଧାନସଭା କ୍ଷେତ୍ର ପାଇଁ ନାମାଙ୍କନପତ୍ର ଦାଖଲ କରିବେ । ମିଳିଥିବା ସୂଚନା ଅନୁଯାୟୀ ସେ ସକାଳ ସାଢେ 9ଟାରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାରି ସେଟ ନାମାଙ୍କନପତ୍ର ଦାଖଲ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ବୁଧବାର ଶୁଭ ବୋଲି ଅନେକ ମାନୁଛନ୍ତି । କାରଣ ଗତ 2014 ସାଧାରଣ ନିର୍ବାଚନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ 19 ତାରିଖ ବୁଧବାରରେ ହିଁ ନାମାଙ୍କନପତ୍ର ଦାଖଲ କରିଥିଲେ ।

ଛତ୍ରପୁରରେ ପହଁଚି ମୁଖ୍ୟମନ୍ତ୍ରୀ ସିଧାସଳଖ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିବେ । ଗଂଜାମ ଜିଲ୍ଲାର ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ ଓ ପ୍ରାର୍ଥୀମାନେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ହିଂଜିଳି ନିର୍ବାଚନମଣ୍ଡଳୀରୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନବୀନ ଏଥର ମଧ୍ୟ ବିଜେଡିର ପ୍ରଦର୍ଶନ ନେଇ ବେଶ ଆଶାବାଦୀ ଥିବା ବେଳେ ତାଙ୍କ ଦଳ ପଂଚମ ଥର ପାଇଁ କ୍ଷମତାକୁ ଆସିବ ବୋଲି ଦାବି କରୁଛନ୍ତି । ଏହି ଆସନରୁ ସେ କ୍ରମାଗତ ଭାବେ 2000 ମସିହାରୁ ନିର୍ବାଚିତ ହୋଇଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − two =