ବିଜେପି, କଂଗ୍ରେସ ଉପରେ ଭାରି ପଡିଲା କାଳିଆ

ଭୁବନେଶ୍ବର () ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଖୋଲାଖୋଲି ପ୍ରତ୍ୟାକ୍ଷାନ କଲେ ରାଜ୍ୟର ଚାଷୀ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ମାତ୍ର 389 ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରେ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ସାମିଲ ହୋଇଥିବା ଚାଷୀଙ୍କୁ ହିସାବକୁ ନିଆଯାଇଥିବା ଜଣାପଡାଛି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ରାଜ୍ୟର ଚାଷୀ ବନ୍ଦକୁ ସମର୍ଥନ କରୁଥିବା ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ହାତରେ ସଖୀ କଣ୍ଢେଇ ହେବାକୁ ରାଜି ନୁହଁନ୍ତି । କାରଣ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଗ୍ରହଣ କରୁଥିବା ପଦକ୍ଷେପ ଉପରେ ସେମାନଙ୍କ ବିଶ୍ବାସ ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟବସାୟୀକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ଏପରିକି ଟ୍ରେନ ଚଳାଚଳ ଓ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିଥିବା ବେଳେ ପେଟ୍ରୋଲ ପମ୍ପଗୁଡିକ ସାଧାରଣ ଦିନ ପରି ଖୋଲା ରହିଥିଲା । ସରକାରୀ ଅଫିସଗୁଡିକ ମଧ୍ୟ ବିନା କୌଣସି ପ୍ରତିବନ୍ଧକରେ ସ୍ବାଭାବିକ ଭାବେ କାର୍ଯ୍ୟ କରିଥିଲା ।

ଏହା ହିଁ ସୂଚାଇ ଦେଉଛି ଯେ, କାଳିଆ ଯୋଜନା ଉପରେ ଚାଷୀଙ୍କ ଆଶା ଓ ଭରସା ରହିଛି । ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଯୋଜନାରେ ରାଜ୍ୟର ସବୁ ବର୍ଗର ଚାଷୀ ଏପରିକି ଭୁମିହୀନ, ଭାଗଚାଷୀ ଓ କୃଷି ଶ୍ରମିକ ସମସ୍ତେ ଉପକୃତ ହେବେ । ଏହି ଯୋଜନା ଚାଷୀଙ୍କ ଚିରସ୍ଥାୟୀ ଅର୍ଥନୈତିକ ବିକାଶକୁ ଗୁରୁତ୍ବ ଦେଇଥିବାରୁ ଚାଷୀମାନେ ଏହାକୁ ଗ୍ରହଣ କରୁଛନ୍ତି । ଏହିଦୃଷ୍ଟିରୁ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଚାଷୀମାନେ କେବଳ ବନ୍ଦକୁ ପ୍ରତ୍ୟାକ୍ଷାନ କରିବା ସହ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଥିବାରୁ ତାହାକୁ ସମାଲୋଚନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + 17 =