ଯାଜପୁରରେ ଘରେ ଘରେ ନବୀନ : ସଭ୍ୟ ସଂଗ୍ରହରେ ନମ୍ବର 1

ଭୁବନେଶ୍ବର () ଚଳିତ ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି – “ଘରେ ଘରେ ନବୀନ” । ଏହି ଲକ୍ଷ୍ୟକୁ ପୂରଣ କରିବାକୁ ଦଳର ସବୁ ବିଧାୟକ ଓ ନେତାମାନେ ଉଦ୍ୟମ ଚଳାଇଥିବା ବେଳେ ଯାଜପୁର କିନ୍ତୁ ଏଦିଗରେ ଅଗ୍ରଣୀ ରହିଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ସଭ୍ୟ ସଂଗ୍ରହରେ ଯାଜପୁର ନିର୍ବାଚନମଣ୍ଡଳୀରୁ ସର୍ବାଧିକ ସଭ୍ୟ ସଂଗ୍ରହ ହୋଇଛି ।

ନୂତନ ଯାଜପୁରର ବିନ୍ଧାଣୀ ପ୍ରଣବ ପ୍ରକାଶ ଦାସ (ବବି) ଯେଉଁ ଉଦ୍ୟମ କରୁଛନ୍ତି, ତାହାର ପ୍ରତିଫଳନ ହେଉଛି ଯାଜପୁର ପରିବର୍ତ୍ତିତ ରୂପରେଖ । ବିକାଶର ପରିଭାଷା ସୃଷ୍ଟି କରିବାରେ ଏହି ନିର୍ବାଚନମଣ୍ଡଳୀଟି ଏବେ ସାରା ରାଜ୍ୟ ପାଇଁ ରୋଲ ମଡ଼େଲ ହୋଇଛି । ରାସ୍ତାଘାଟ, ଶିକ୍ଷାନୁଷ୍ଠାନ, ମେଡ଼ିକାଲ ଆଦିର ବିକାଶ ସହ ଯାଜପୁରର ଐତିହ ଓ ପୁରୁଣା ମନ୍ଦିର ମାନଙ୍କ ରକ୍ଷଣବେକ୍ଷକ ସହ କୁସୁମା ପୋଖରୀର ପନରୁଦ୍ଧାର ହୋଇଛି। ତାହାସହ ସହରର ଆଲୋକିକରଣ ବ୍ୟବସ୍ଥା, ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ବେକାରୀ ସମସ୍ୟା ଦୂର କରିବାକୁ ପ୍ରୟାସ, ଯାଜପୁର ଭାଇଚାର ବଜାୟ ରଖିବା ସହ ଶାନ୍ତି ପ୍ରତିଷ୍ଠା କରିବାରେ ଯୁବ ବିଧାୟକଙ୍କ ଅବଦାନ ଚର୍ଚ୍ଚାର ବିଷୟ ହୋଇଛି ।

ଯାଜପୁର ବିକାଶର ବିନ୍ଧାଣୀ ସାଜିଥିବା ପ୍ରଣବ ସବୁବେଳେ ଆହ୍ବାନ ଦେଇଆସୁଛନ୍ତି ଯେ, ନୂତନ ଯାଜପୁର ଗଠନ ଲାଗି କେବଳ ସେ ନୁହେଁ, ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସାରଥି । ବୋଧହୁଏ ବବିଙ୍କ ଏହି ଆହ୍ବାନ ଯାଜପୁରବାସୀଙ୍କୁ ଭାବବେଗକୁ ଦୋହଲାଇ ଦେଇଛି । ଦଳର ସଭ୍ୟ ସଂଗ୍ରହ ପ୍ରକ୍ରିୟାରେ ଆପେ ଆପେ ଲୋକେ ଯୋଡି ହୋଇଯାଉଛନ୍ତି । ସଭ୍ୟ ହେବା ପାଇଁ ପ୍ରତ୍ୟେକଙ୍କୁ ୫ଟଙ୍କା ଦେବାକୁ ପଡ଼ୁଥିଲେ ମଧ୍ୟ ଯାଜପୁର ନିର୍ବାଚନୀ ମଣ୍ଡଳୀର ଲୋକମାନେ ଆଗ୍ରହର ସହ ବିଜେଡ଼ିର ସଭ୍ୟ ହେଉଛନ୍ତି । ଏପରି ଯାଜପୁର ବିଧାନସଭା କ୍ଷେତ୍ରର ୨ଟି ବ୍ଲକ ଦଶରଥପୁର, ଯାଜପୁର ଓ ଯାଜପୁର ପୌର ପରିଷଦରେ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଜୋରଦାର ହୋଇଛି । ବର୍ତ୍ତମାନ ଯାଜପୁରରେ ସଭ୍ୟ ସଂଗ୍ରହ ୮୨ହଜାର ୭୯୮ରେ ପହଞ୍ଚଛି । ଯାହାକି ସାରା ଓଡ଼ିଶାରେ ୧ନମ୍ବର ।

କେବଳ ଯାଜପୁର ନିର୍ବାଚନୀ ମଣ୍ଡଳୀରେ ନୁହେଁ, ଜିଲ୍ଲା ଅନ୍ୟ ୬ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ସଭ୍ୟ ସଂଗ୍ରହ ଉତ୍ସାହଜନକ ରହିଛି।  ଯାଜପୁର ବିଧାନସଭା ପଛକୁ ରହିଛି ଧର୍ମଶାଳା ବିଧାନସଭା କ୍ଷେତ୍ର । ବର୍ତ୍ତମାନ ସୁଦ୍ଧା ଧର୍ମଶାଳାରେ ୭୬ହଜାର ୧୬, ସୁକିନ୍ଦାରେ ୬୮ହଜାର୧୪୦, ମୟୁରଭଞ୍ଜରର ମୋରଡ଼ା ୬୨ହଜାର ୧୨୨, ଯାଜପୁର ବିଞ୍ଝାରପୁରରେ ୫୬ହଜାର ୫୨୯, ମୟୁରଭଞ୍ଜରର ଜଶୀପୁରରେ ୫୩ହଜାର ୧୦, ନୟାଗଡ଼ରେ ୫୨ହଜାର୭୨୮, ବାଲେଶ୍ବରର ଭୋଗରାଇରେ ୫୧ହଜାର୯୪୦, ସୋରରେ ୫୦ହଜାର୮୩୦, କଟକ ଆଠଗଡ଼ରେ ୫୦ହଜାର ୫୦୨ ଜଣ ସଭ୍ୟ ସଂଗ୍ରହ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × three =