ବିଜେଡିରେ ଯୋଗଦେବେ ଜଗା ପ୍ରଧାନ

ଭୁବନେଶ୍ୱର () ଖୁବଶୀଘ୍ର ବିଜେପି ଛାଡ଼ିବେ ଜଗନ୍ନାଥ ପ୍ରଧାନ । ସେ ନିଜ ରାଜନୈତିକ ଭବିଷ୍ୟତ ପାଇଁ ବିଜେଡିରେ ଯୋଗଦେବେ ବୋଲି ଜଣାପଡିଛି । କାରଣ, ଅପରାଜିତା ଷଢଙ୍ଗୀ ଦଳରେ ଯୋଗଦେବା ପରେ ଜାଗାଙ୍କ ନିର୍ବାଚନମଣ୍ଡଳି ହାତରୁ ଖସିଗଲା । ସେ ମଧ୍ୟ ଭୁବନେଶ୍ୱରରୁ ବିଜେପି ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ ।

ଅପରାଜିତା ଦଳରେ ମିଶିବା ପରେ ଚର୍ଚ୍ଚା ହେଉଛି ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ଭୁବନେଶ୍ୱର ବିଧାନସଭା କ୍ଷେତ୍ରରୁ ଲଢ଼ିବେ । ଏଠି ସେ ବିଏମସି କମିଶନର ଥିବା ବେଳେ ଅନେକ କାମ କରିଛନ୍ତି । ତେଣୁ ଏହି ଆସନଟି ତାଙ୍କ ପାଇଁ ସୁରକ୍ଷିତ ହେବ ବୋଲି କୁହାଯାଉଛି । ତେଣୁ ଜାଗା ନିଜ ରାଜନୈତିକ ଭବିଷ୍ୟତ ପାଇଁ ପଦ୍ମ ଛାଡି ଶଙ୍ଖ ଧରିବେ । ଏମିତିବି ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ତାଙ୍କ ଭଣଜା । ତାଙ୍କ ଜରିଆରେ ସେ ବିଜେଡିକୁ ଡେଇଁବେ ବୋଲି ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

three × 1 =