ବିଜେଡି ଅଡିଓ ତାଲିକା : ଅରୁଣ କହିଲେ ଏହା ଡାଟି ଟ୍ରିକ୍ସ ବିଭାଗ ଥିବା ଦଳର ଚାଲ

ଭୁବନେଶ୍ବର () ସୋସିଆଲ ମିଡିଆରେ ବୁଲୁଥିବା ବିଜେଡିର ଅଡିଓ ପ୍ରାର୍ଥୀ ତାଲିକାକୁ ନେଇ ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ ଆଜି ବିଜେଡି ବିଧାୟକ ଅରୁଣ ସାହୁ ଦେଇଛନ୍ତି ନୂଆ ଫଣ୍ଡା । ଦେଶରେ ବିଭିନ୍ନ ପ୍ରକାର ଅପପ୍ରଚାର ଓ ଭୁଲ ଖବର ପ୍ରସାରଣ କରୁଥିବା ଦଳର ଡାଟି ଟ୍ରିକ୍ସ ବିଭାଗର ଏକ ଚାଲ । ବିଜେଡିକୁ ବଦନାମ କରିବାକୁ ସେହି ଦଳ ଏଭଳି ପ୍ରଚାର କରୁଛି ।

ଦେଶରେ ଏକ ଦଳ ବିଭିନ୍ନ ପ୍ରକାର ଅପପ୍ରଚାର ଓ ଭୁଲ ଖବର ଦେବାରେ ମାଷ୍ଟର । ସେହି ଦଳ ଏଭଳି ଅପପ୍ରଚାର କରିବାକୁ ଖୋଲିଛି ଡାଟି ଟ୍ରିକ୍ସ ଡିପାର୍ଟମେଣ୍ଟ । ସେହି ଡିପାର୍ଟମେଣ୍ଟ ଦ୍ବାରା ଏଭଳି ଅଡିଓ ସୃଷ୍ଟି କରାଯାଇ ସୋସିଆଲ ମିଡିଆରେ ବୁଲାଯାଉଛି । ଏହା ଭୋଟରଙ୍କୁ ଓ ରାଜ୍ୟ ରାଜନୀତିକୁ ବିଭ୍ରାନ୍ତ କରିବାକୁ ଉଦ୍ଦିଷ୍ଟ । ବିଜେଡିରେ ପ୍ରାର୍ଥୀ ଚୟନ ନେଇ ସେଭଳି କିଛି ତାଲିକା ପ୍ରସ୍ତୁତ କରାଯାଇନାହିଁ । ବିଜେଡିର ପ୍ରାର୍ଥୀ ଚୟନ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କରିବେ । ଏଥିରେ ଅନ୍ୟ କାହାରି କୌଣସି ଅଧିକାର କି କର୍ତ୍ତୃତ୍ବ ନାହିଁ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଡକ୍ଟର ସାହୁ ଜାଣତରେ ହେଉ କି ଅଜଣାତରେ, ସଂପୃକ୍ତ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନେଇଯାଇଥିଲେ । ସେ ପ୍ରଥମେ କହିଥିଲେ ଯେ, ଏହା ଡିପି ଅର୍ଥାତ ଧର୍ମେନ୍ଦ୍ର ପ୍ରଦାନଙ୍କ ଦଳର କାମ । ପ୍ରଥମେ ଡିପିଙ୍କ ନାଁ ନେଇ ସେ ପୁଣି ଥରେ ନିଜକୁ ସଂଶୋଧନ କରି କହିଲେ ଡିଟି ଅର୍ଥାତ ଡାଟି ଟ୍ରିକ୍ସ ।

ସୂଚନାଯୋଗ୍ୟ ଯେ, ବିଜେଡିର ଏକ ଲମ୍ବା ଚୌଡା ପ୍ରାର୍ଥୀ ତାଲିକାର ଅଡିଓ ସୋସିଆଲ ମିଡିଆରେ ଗତକାଲି ଭାଇରାଲ ହୋଇଥିଲା । ଏହି ଅଡିଓର ସତ୍ୟତା କେତେ ତାହାକୁ ଯଦିଓ କେହି ତର୍ଜମା କରିନାହାଁନ୍ତି, କିନ୍ତୁ ତାଲିକାକୁ ନେଇ ଉଭୟ ବିଜେଡି ଓ ବିରୋଧୀ ଦଳଗୁଡିକ ମଧ୍ୟରେ ଚର୍ଚ୍ଚାର ବେଶ ଖୋରାକ ଯୋଗାଇଥିଲା । କାରଣ ଏହି ତାଲିକାରେ କିଛି ଚର୍ଚ୍ଚିତ ନେତା ପ୍ରାର୍ଥୀ ତାଲିକାରୁ ବାଦ ପଡିଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − 3 =