ନବ ଦାସ ବିଜେଡିରେ ମିଶିବା ଦିନ ଆକାଶରେ ଉଡିବ 20 ହଜାର ବେଲୁନ

ଭୁବନେଶ୍ୱର () କଂଗ୍ରେସ ବିଧାୟକ ନବ ଦାସ ଆସନ୍ତା 24 ତାରିଖରେ ବିଜେଡିରେ ଯୋଗଦେବେ । ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଏକ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିବେ । ପରେ ପରେ ନବ ଶଙ୍ଖ ଧରିବେ ।

ନିଜ ଯୋଗଦାନକୁ ଚର୍ଚ୍ଚିତ କରିବାକୁ 20 ହଜାର ଵେଲୁନର ବରାଦ କରାଯାଇଛି । ସେ ବିଜେଡିରେ ଯୋଗଦେବା ମାତ୍ରେ ଏହି ବେଲୁନକୁ ଆକାଶକୁ ଛଡ଼ାଯିବ । ଏହି ବେଲୁନରେ ରହିଛି ମୁଖ୍ୟମନ୍ତ୍ରୀ, କିଶୋର ମହାନ୍ତି ତାଙ୍କ ନିଜ ଫୋଟୋ । ଏହିସବୁ ଗ୍ୟାସ ବେଲୁନ ଝାରସୁଗୁଡ଼ା ଆକାଶକୁ ଆଚ୍ଛାଦିତ କରିବ । ଏଥିସହ 300 ବସରେ ବିଭିନ୍ନ ପଞ୍ଚାୟତରୁ ସମର୍ଥକ ବୁହାହେବେ । 24ରେ ଯୋଗଦେବା ପୂର୍ବରୁ ଆସନ୍ତା 17ରୁ 20 ମଧ୍ୟରେ ସେ କଂଗ୍ରେସ ଛାଡିବେ । ଏହି ନିଷ୍ପତି ନେବା ପୂର୍ବରୁ ସେ ଝାରସୁଗୁଡାର ସମାସିଂହା, ପୋଖରାସାଲେ, କୋଲାବିରା, ପୁରୁଣା ବସ୍ତି, ଖେରୁଆଲ ବ୍ରିଜ ତଳେ 5ଟି ପଂଚାୟତର ବୈଠକ କରିଥିଲେ । ଏଥିସହ ନବ ମୋବାଇଲରେ କରିଛନ୍ତି ଏକ ହ୍ଵାଟ୍ସଆପ ଗ୍ରୁପ – ଜୟ ନବ । ଏହି ଗ୍ରୁପରେ ଚାଲିଛି ଏସବୁ ଆଲୋଚନା ।

Share

Leave a Reply

Your email address will not be published. Required fields are marked *

seven + two =