ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଚ୍ୟାଲେଞ୍ଜ

ରାଜନୈତିକ ନେତାଙ୍କ ସହଯୋଗ ଲୋଡିଲେ ସିଇଓ

ଭୁବନେଶ୍ବର () ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ସର୍ବଦଳୀୟ ବୈଠକରେ ନୂତନ ଭାବେ ଯୋଡ଼ା ଯାଇଥିବା ଫର୍ମ ୨୬ର ପରିବର୍ତ୍ତନ , ପ୍ୟାନ୍ କାର୍ଡ, ଏଭିଏମ୍  ରାଣ୍ଡମାଇଯେସନ, ମକ ପୋଲ ଓ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଉପରେ ବିଭିନ୍ନ ରାଜନୀତିକ ଦଳର  ସହଯୋଗ ଲୋଡିଛନ୍ତି। ପୋଷ୍ଟଲ୍ ବାଲେଟ୍ ଉପରେ ମଧ୍ୟ ରାଜନୈତିକ ପ୍ରତିନିଧିମାନଙ୍କୁ ସଚେତନ କରିଛନ୍ତି। ସୋସିଆଲ ମିଡ଼ିଆକୁ ନିୟନ୍ତ୍ରଣ କରିବା ଏକ ବଡ଼ ଚାଲେଞ୍ଜ ହେବ। କିଏ କେତେବେଳେ କାହାର ପେଡି ଖୋଲି କାହାର ଚରିତ୍ର ସଂହାର କରିବ ତାହା ଉପରେ ନଜର ରଖିବା କଷ୍ଟ । ତେବେ ଏହା ଉପରେ ଜନର ରଖିବା ପାଇଁ ଏକ ଟିମ୍ ଗଠନ କରାଯାଇଛି। ବିଭିନ୍ନ ସୋସିଆଲ ମିଡ଼ିଆ ମୁଖ୍ୟଙ୍କ ସହ  ଦଳ ଯୋଗାଯୋଗରେ ରହିବ। ସୋସିଆଲ ମିଡିଆ ଅପବ୍ୟବହାର ହେଲେ ପୋଷ୍ଟ କୁ ତୁରନ୍ତ ହଟାଜିବା ସହ ପୋଷ୍ଟ କରିଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିର୍ବାଚନ ସମୟରେ ବେଆଇନ ଭାବେ ଟଙ୍କା ବଣ୍ଟି ଭୋଟ ହାତେଇବା ପାଇଁ ଉଦ୍ୟମ ହେବା ଅଭିଯୋଗ ଆସିଲେ ଏହା ଉପରେ ରାଜନୀତିକ ଦଳମାନେ ନଜର ରଖିବା ସହ ବେଆଇନ କାରବାର ନେଇ ଖବର ପାଇଲେ ତୁରନ୍ତ ଅବଗତ କରିବା ପାଇଁ  ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆୟକର ବିଭାଗ ପକ୍ଷରୁ ଏକ ଟୋଲ୍ ଫ୍ରି ନଂ ଜାରି କରାଯାଇଛି। ବିଧାୟକ ପ୍ରାର୍ଥୀଙ୍କୁ ପାଇଁ ଖର୍ଚ୍ଚ କଟକଣା ୨୮ ଲକ୍ଷ ରଖାଯାଇଥିବା ବେଳେ ଲୋକସଭା ପ୍ରାଥିଙ୍କ ପାଇଁ ୭୦ଲକ୍ଷ ଟଙ୍କା ରଖାଯାଇଛି। ଏହି ସବୁ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେ ଥିପାଇଁ ଏକ ସାଡୋ ରେଜିଷ୍ଟର ବ୍ୟବହାର କରିବେ। ପ୍ରାର୍ଥିଙ୍କ ଖର୍ଚ୍ଚରେ ହେଉଥିବା  ସମସ୍ତ କାର୍ଯ୍ୟକ୍ରମ ଭିଡ଼ିଓ ରେକଡ୍ କରାଯିବ। ଭିଡିଓ ଭିଉର ଟିମ ଏହାକୁ ଯାଞ୍ଚ କରିବେ।ପରଥି ଦେଇଥିବା ଖର୍ଚ୍ଚ ତାଲିକା ସହ ମେଳ ନ ଖାଇଲେ ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମସ୍ତ ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ସେମାନଙ୍କ ର ଅପର୍ଧିକ ମାମଲାରେ ବିବରଣୀକୁ ନେଇ ଟିଭି ଓ ଖବରକାଗଜରେ  ଅତିକମରେ ୩ ଥର ବିଜ୍ଞାପନ ଦେବେ। ତେବେ ଏହି ସବୁ ପ୍ରସଙ୍ଗ ନେଇ ପୁଣି ଥରେ ନିର୍ବାଚନ ପୂର୍ବରୁ ରାଜନୀତିକ ଦଳ ପ୍ରତିନିଧି ମାନଙ୍କ ସହ ବୈଠକ ବସିବ। ନେତାଙ୍କ ଫଟୋ ଥାଇ ପାଖପାଖି ୩୦୦୦୦ ବ୍ୟାନର ହଟା ଯାଇଛି। ଆଗକୁ ସମସ୍ତ ବ୍ୟନରକୁ ହଟାଇବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ମାଓ ଅଞ୍ଚଳରେ ନିର୍ବାଚନ ଏକ ଚାଲେଞ୍ଜ ହବ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ମତଦାନ ସମୟରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରାଯାଇଛି। ମତଦାନ ସରିବା ପରେ ସମସ୍ତ ଅଧିକାରୀ ସେଭଳି ସୁରକ୍ଷିତ ଜାଗାରେ ପହଞ୍ଚି ପାରିବେ ସେ ନେଇ ବ୍ୟବସ୍ଥା କରାଯିବ। ଯଥେଷ୍ଟ ପୂର୍ବରୁ ମତଦାନ ସାରିବାକୁ ନିର୍ବାଚନ ଆୟୁକ୍ତ ଙ୍କୁ ଅନୁରୋଧ କରିଛୁ।

ସରକାରୀ ଯୋଜନାରେ ନୂଆ କରି ହିତାଧିକାରୀ ଯୋଗାନଥିବା ଆଦର୍ଶ ଆଚରଣ ବିଧି ରେ ବ୍ୟବସ୍ଥା ଥିଲେ ମଧ୍ୟ ସରକାର କାଳିଆ ଯୋଜନାରେ ନୂଆ ହିତାଧିକାରୀଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହା ହେବାକଥା ନୁହେଁ ଏହା ଉପରେ ବିଚାର କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × four =