ପୂର୍ବତନ ରାଷ୍ଟ୍ରପତି କେ.ଆର. ନାରାୟଣନଙ୍କ ପ୍ରେସ ସଚିବ ବିଜେଡିରେ

ଭୁବନେଶ୍ବର () ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଏବଂ ରାଜ୍ୟ ସରକାରଙ୍କ ବିକାଶ ଧାରରେ ଆକର୍ଷିତ ହୋଇ ପୂର୍ବତନ ରାଷ୍ଟ୍ରପତି କେ.ଆର. ନାରାୟଣନଙ୍କ ପ୍ରେସ ସଚିବ ଏସ.ଏନ ସାହୁ ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

ଶ୍ରୀ ସାହୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସହ ମଧ୍ୟ କାମ କରିଛନ୍ତି । ସେ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ସାହୁଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ।

ଶ୍ରୀ ସାହୁ ପୂର୍ବତନ ରାଷ୍ଟ୍ରପତି କେ.ଆର. ନାରାୟଣନଙ୍କ ସହ ଅଫିସର ଅନ ସ୍ପେଶିଆଲ ଡ୍ୟୁଟି ଏବଂ ପ୍ରେସ ସଚିବ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ 2004ରୁ 2009 ପର୍ଯ୍ୟନ୍ତ ନିର୍ଦ୍ଦେଶକ ଦାୟିତ୍ବରେ ଥିଲେ । ଗାନ୍ଧୀବାଦର ଜଣେ ବିଶେଷଜ୍ଞ ଭାବେ ସେ ଦେଶର ବିଭିନ୍ନ ପ୍ରକାଶନ ସଂସ୍ଥାକୁ ନିୟମିତ ଭାବେ ଗାନ୍ଧୀବାଦ ସଂପର୍କିତ ଆର୍ଟିକିଲ ଲେଖିଥାନ୍ତି ।

Share

Leave a Reply

Your email address will not be published. Required fields are marked *

2 + nineteen =