ସମସ୍ତ ବାସହୀନଙ୍କୁ ମିଳିବ ଘର

ନୂଆଦିଲ୍ଲୀ: ଦେଶର ସମସ୍ତ ବାସହୀନ ଲୋକଙ୍କୁ ୨୦୨୨ ସୁଦ୍ଧା ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ମୋଦି ଗୁଜରାଟର ଜୁଜୱାଠାରେ ଆୟୋଜିତ ଏକ ସଭାରେ ଘୋଷଣା କରିଛନ୍ତି।୨୦୨୨ ସୁଦ୍ଧା  ଚାଷୀଙ୍କ ଆୟ ଦୁଇ ଗୁଣ ହେବ ବୋଲି ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ୨୦୨୨ରେ ଦେଶ ତା’ର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହି ୭୫ ତମ ସ୍ୱାଧୀନତା ଦିବସ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଦେଶର ସମସ୍ତ ବାସହୀନ ପରିବାରକୁ ଘର ଯୋଗାଇ ଦିଆଯିବ। ପୂର୍ବରୁ ଏହି ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ବେଳେ ଶ୍ରୀ ମୋଦି ଏକଥା କହିଛନ୍ତି।

Share

Leave a Reply

Your email address will not be published. Required fields are marked *

18 + 1 =