ଗୈରିକ ଭାରତ ଗଠନର ସ୍ୱପ୍ନ, ସ୍ୱପ୍ନ ହୋଇଯିବନି ତ ?

ଭୁବନେଶ୍ୱର : ଦେଶରୁ ଭାରତୀୟ ଜନତା ପାଟି ର୍(ବିଜେପି)ର ପଦଚିହ୍ନ ଲିଭିବାରେ ଲାଗିଛି । ସାରା ଦେଶକୁ ଗୈରିକ କରିବାକୁ ଦାବି କରୁଥିବା ଦଳ ଉପରୁ ଏବେ  ଦେଶବାସୀ ଆସ୍ଥା ହରାଉଛନ୍ତି । ଝାରଖଣ୍ଡ ନିର୍ବାଚନ ଫଳାଫଳ ପରେ ଏହାର ସଙ୍କେତ ମିଳୁଛି । ତେବେ ଏହାର କାରଣ କଣ, ୨୦୧୯ରେ ଦେଶର ସବୁଠାରୁ ଲୋକପ୍ରିୟ ଦଳର ପଦଚିହ୍ନ କାହିଁକି ଲିଭଯାଉଛି । ଏହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ ।

ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ଗାଦିଚ୍ୟୁତ ହେଲା ବିଜେପି । ବାଜମାରିନେଇଛନ୍ତି ଜେଏମ୍ଏମ୍, କଂଗ୍ରେସ, ଆର୍ଜେଡି ମେଣ୍ଟ । ଝାରଖଣ୍ଡର ଭୋଟର ଆରଜେଡି ପ୍ରତି ଆସ୍ଥା ପ୍ରକଟ କରୁଥିବା ବେଳେ ବିଜେପିଠାରୁ ବିମୁଖ ହୋଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ପରେ ଆଉ ଏକ ରାଜ୍ୟରେ କ୍ଷମତାରୁ ଗାଦିଚ୍ୟୁତ ହୋଇଛି ବିଜେପି ।

୨୦୧୮ରେ ଦେଶରେ ୭୦ ପ୍ରତିଶତ ଭୌଗୋଳିକ ଅଂଚଳ ଉପରେ ବିଜେପି ଶାସନ କରୁଥିଲା । ସେତେବେଳେ ବିଜେପି ୧୩ଟି ରାଜ୍ୟରେ ଏକାକି ସରକାର କରୁଥିବା ବେଳେ ୬ଟି ରାଜ୍ୟରେ ମେଣ୍ଟଭୁକ୍ତ ହୋଇ କ୍ଷମତାରେ ରହିଥିଲା । ଝାରଖଣ୍ଡ ନିର୍ବାଚନ ଫଳାଫଳ ପରେ ବିଜେପି ଶାସନରେ ଏବେ ମାତ୍ର ୩୪ ପ୍ରତିଶତ ଭୌଗୋଳିକ ଅଂଚଳ ବିଜେପି ଦଖଲରେ ରହିଛି । ଲଗାତାର ବିଜେପି ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସି ·ଲିଛି । ଏବେ ବିଜେପି ୮ଟି ରାଜ୍ୟରେ ଏକାକି ସରକାର ଗଠନ କରିଥିବା ବେଳେ ଆଉ ଆଠଟି ରାଜ୍ୟରେ ମେଣ୍ଟଭୁକ୍ତ ହୋଇ ସରକାରରେ ରହିଛି ।

୨୦୧୪ ଲୋକସଭା ନିର୍ବାଚନ ପରେ ବିଜେପି ହରିୟାଣା,  ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଜିତିଥିଲା । ୨୦୧୯ରେ ମହାରାଷ୍ଟ୍ର ବିଧାନସଭା ର୍ନିବାଚନରେ ବିଜେପି ସର୍ବାଧିକ ଆସିନ ଜିତିଥିଲା । କିନ୍ତୁ ସରକାର ଗଠନ କରିପାରିନଥିଲା । ରାଜସ୍ଥାନ ପରି ମହାରାଷ୍ଟ୍ର ମଧ୍ୟ ବିଜେପି ହାତରୁ ଖସିଯାଇଛି । ମହାରାଷ୍ଟ୍ରରେ ବିଜେପି ଅଳ୍ପ ବ୍ୟବଧାନରେ ସରକାର ଗଠନରୁ ବିଫଳ ହୋଇଥିଲେ ବି ଗତ ୨୦୧୮ ଡିସେମ୍ବରରେ ଛତିଶଗଡରେ ଦଳ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ମହାରାଷ୍ଟ୍ରରେ ଶିବ ସେନା ଠାରୁ ରାଜନୈତିକ ସମ୍ପର୍କ ଛିନ୍ନ କରିବା ପରେ ବିଜେପି ସରକାର ଗଠନ କରିପାରିଲା ନାହିଁ । ୨୦୧୮ ଡିସେମ୍ବରରେ ବିଜେପି ହାତରୁ ଛତିଶଗଡ ଖସିଯିବା ପରେ ୨୦୧୯ରେ ଅକ୍ଟୋବରରେ ମହାରାଷ୍ଟରୁ ବିଜେପି କ୍ଷମତାଚ୍ୟୁତ ହୋଇଥିଲା ।

୨୦୧୪ରେ ବିଜେପି ଦଖଲରେ ଥିଲା ୭ରାଜ୍ୟ । ୨୦୧୫ରେ ୯ରାଜ୍ୟ, ୨୦୧୬ରେ ୧୧ ରାଜ୍ୟ, ୨୦୧୭ରେ ୧୪ରାଜ୍ୟ ଓ ୨୦୧୮ରେ ଏଥିରେ ବୃଦ୍ଧି ଘଟି ୧୯ଟି ରାଜ୍ୟରେ ପହଞ୍ଚିଥିଲା । ସେହିଭଳି ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରରେ ମଧ୍ୟ ବିଜେପି ପିଡିପି ସହ ମେଣ୍ଟଭୁକ୍ତ ହୋଇ ସରକାର ଗଠନ କରିଥିଲା । କିନ୍ତୁ ପିଡିପିରୁ ସମର୍ଥନ ପ୍ରତ୍ୟାହାର ପରେ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ହେବା ସହ ଏବେ ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟ ହୋଇଛିନ୍ତି । ଏହି ଦୁଇ ରାଜ୍ୟରେ ଏଯାଏଁ ନିର୍ବାଚନ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

1 × 4 =