ଅଭ୍ୟାସ ନାହିଁ, କିନ୍ତୁ ବାଧ୍ୟ ହେଲେ

ଭୁବନେଶ୍ବର () କୃଷିମନ୍ତ୍ରୀ ଅରୁଣ ସାହୁ । ବିଜେଡିର ଏହି ଯୁବ ବିଧାୟକ ନିଜ ପୋଷାକ ଓ ସ୍ବାସ୍ଥ୍ୟକୁ ନେଇ ଯେମିତି ସଚେତନ, ଖାଦ୍ୟ ପେୟକୁ ନେଇ ବି ସେମିତି ଭାରି ବାଛନ୍ତି । ତାଙ୍କର ଚା କି କଫି ଅଭ୍ୟାସ ନାହିଁ । ଆଜି କିନ୍ତୁ ଏକ ତିନି ତାରକା ହୋଟେଲରେ ତାଙ୍କୁ କଫି ନାଶା ଘାରିଲା । ଏହି ହୋଟେଲରେ ଶିକ୍ଷା ଆଇନକୁ ନେଇ ଚାଲିଥିବା ଆଲୋଚନାରେ ମୁଣ୍ଡ ଟିଣ ହୋଇଗଲା ବୋଲି କଫି ପିଇବାକୁ ଇଚ୍ଛା ହେଲା ନା କଫିର ପରଶା ଷ୍ଟାଇଲ ଦେଖି, ତାହା ସ୍ପଷ୍ଟ ନୁହେଁ । କିନ୍ତୁ ମନ୍ତ୍ରୀଙ୍କ କଫି ଅଫର କରାଯିବା ସମୟରେ ସେ ଯେଉଁଭଳି ଭାବେ କଫିକୁ ଦେଖୁଛନ୍ତି ସେଥିରୁ ଲାଗୁଛି ସେ କଫିର ରଙ୍ଗ ଓ ପରଶା ଷ୍ଟାଇଲକୁ ଦେଖି ଟିକେ ଭଳିଗଲେ । କେବେ ଚା କି କଫି ପିଉନଥିବା ଏହି ଯୁବ ନେତା ନିଜ ତ ପିଇଲେ, ତାଙ୍କ ସାଥିରେ ଥିବା ଅଫିସର ଓ ଶିକ୍ଷାବିତଙ୍କୁ କଫି ପିଆଇଲେ ।

Share

Leave a Reply

Your email address will not be published. Required fields are marked *

two × two =