ଟିଏମସିକୁ ଫେରିବା ପରେ ମୁକୁଲଙ୍କୁ ଟାଗେର୍ଟ କଲେ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ

କୋଲକାତା: ମୁକୁଲ ରୟଙ୍କ ଟିଏମସି ବାହୁଡାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘର ପୁଅ ଘରକୁ ଫେରିଥିବା କହିଥିଲେ । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ବି ସରଗରମ ହେବାରେ ଲାଗିଛି । ସେହି ଘଟଣାକୁ ନେଇ ବେଙ୍ଗଲ ବିଜେପି ମୁଖ୍ୟ ଦିଲୀପ ଘୋଷ ମୁକୁଲ ରୟଙ୍କୁ “ଆୟା ରାମ, ଗୟା ରାମ” ଭାବରେ ବରଖାସ୍ତ କରିଛନ୍ତି । କହିଛନ୍ତି ଯେ ତୃଣମୂଳ କଂଗ୍ରେସର “କଟ ମନି” କଲଚରରେ ଅଭ୍ୟସ୍ତ ଲୋକଙ୍କ ପାଇଁ ବିଜେପିରେ ରହିବା କଷ୍ଟସାଧ୍ୟ ପ୍ରମାଣିତ ହୋଇଛି।

ସୂଚନା ଥାଉକି, ୨୦୧୭ ମସିହାରେ ଚିଟଫଣ୍ଡ ମାମଲାରେ ଛନ୍ଦିହୋଇଥିବା ମୁକୁଲ ରାୟଙ୍କୁ ଟିଏମସିରୁ ବହିଷ୍କାର କରାଯାଇଥିଲା । ବିଜେପିରେ ଯୋଗ ଦେଇଥିବା ମୁକୁଲ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ଭଲ ସଫଳତା ଦେଇଥିଲେ । ରାଜ୍ୟରେ ଟିଏମସି ଲହର ଥାଇ ମଧ୍ୟ ତାଙ୍କ ନେତୃତ୍ୱରେ ୧୯ଟି ସାଂସଦ ଜିତିଥିଲେ । ତେବେ ନିକଟରେ ଯାଇଥିବା ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନରେ ଟିଏମସିରୁ ଆସି ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇଥିଲେ । ଏହାପରେ ମୁକୁଲଙ୍କୁ ଅଣଦେଖା କରିଥିଲା ଦଳ । ଶେଷରେ ବାଧ୍ୟ ହୋଇ ମମତାଙ୍କ ଶରଣରେ ଟିଏମସି ଯୋଗ ଦେଇଛନ୍ତି ମୁକୁଲ ।

Share

Leave a Reply

Your email address will not be published. Required fields are marked *

three × two =