ହଟହଟା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର () ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସବୁ କେନ୍ଦ୍ରୀୟ ଯୋଜନାର ଉଦଘାଟନ ହେଉ କି ଭୂମିପୂଜା, ସବୁଠି ହାକିମାତି କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ କାର୍ଯ୍ୟକ୍ରମରେ ହଟହଟା ହୋଇଛନ୍ତି । ସଭାକୁ ଲୋକ ଆସିଲେଣି । ବହୁ ଆଡମ୍ବରରେ ଲଘୁକ୍ରିୟା ଦେଖି କେନ୍ଦ୍ରମନ୍ତ୍ରୀ ରାଗିକି ଖପ୍ପା ହେଇଗଲେ ।

ବିଜୁ ପଟନାୟକ ବିମାନ ବନ୍ଦରର ତୃତୀୟ ଟର୍ମିନାଲ ପ୍ରତିଷ୍ଠା ହେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସେ ଆସିଲେନାହିଁ । ଧର୍ମେନ୍ଦ୍ର ପ୍ରଧାନ ଭୂମି ପୂଜାରେ କର୍ତ୍ତା ହେଲେ ଆଉ ପୁରା ଶୋ ତାଙ୍କର ଭଳି ଲାଗୁଥିଲା । ସବୁ ଶ୍ରେୟ ନେବାକୁ ଚାହୁଁଥିଲେ, କିନ୍ତୁ ଲାଭ କଣ । କାର୍ଯ୍ୟକ୍ରମକୁ ଲୋକ ଆସିଲେଣି । 2ହଜାର ଲୋକଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ 200 ଲୋକ ବି ଆସିଲେନି । କିଛି ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କିଛିଟା ଚେୟାର ପୁରାଣ ହେଲା । ନହେଲେ ସବୁ ଚେୟାର ଖାଲି ଖାଲି ଦିଶୁଥିଲା । ଏତେ କମ୍ ଲୋକ ଦେଖି ଧର୍ମେନ୍ଦ୍ର ପ୍ରଧାନ ନିଜ ଗ୍ରହନୀୟତା ବୁଝି ପାରିଥିବେ ନିଶ୍ଚୟ । ବୋଧହୁଏ ସେଇଥିପାଇଁ ରାଗିକି ଲାଲ ପଡିଗଲେ । କିନ୍ତୁ କାହା ଉପରେ ରାଗ ସୁଝେଇବେ।

ଦଳ ତରଫରୁ ସେ କୁଆଡେ କିଛି ନେତାଙ୍କୁ ଲୋକ ଆଣିବାକୁ ଦାଇତ୍ୱ ଦେଇଥିଲେ । ସେମାନେ ଫେଲ ମାରିଲେ ଆଉ ବିମାନ ବନ୍ଦର କର୍ତ୍ତୃପକ୍ଷ ବି ଫେଲ । ଲୋକ କମ୍ ଦେଖି ଅପ୍ରସ୍ତୁତ ହେଇଯାଇଥିବା ଧର୍ମେନ୍ଦ୍ର ଶିଘ୍ରଶୀଘ୍ର କାମ ସାରିଦେଇ ବାହାରିଲେ । ବାହାରିଲା ବେଳକୁ ବିମାନ ବନ୍ଦର ଆଧିକାରୀଙ୍କୁ ମନଇଚ୍ଛା ଗାଳି କଲେ। ରାଗରେ ଚେୟାରକୁ ଗୋଇଠା ମାରି ବାହାରି ଆସିଲେ ।

Share

Leave a Reply

Your email address will not be published. Required fields are marked *

3 + seventeen =