ଧର୍ମେନ୍ଦ୍ରଙ୍କୁ ଦାମଙ୍କ କଟାକ୍ଷ : ଆଗ ବିଧାୟକ ହୁଅନ୍ତୁ, ତାପରେ ମୁଖ୍ୟମନ୍ତ୍ରୀ ହେବେ

ଭୁବନେଶ୍ବର () : ରାଜ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ଆଭ୍ୟନ୍ତରିଣ ପ୍ରତିଯୋଗିତା ଚାଲିଥିବା ବେଳେ ଆଜି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରିଛନ୍ତି । ଧର୍ମେନ୍ଦ୍ର ଆଗେ ଓଡ଼ିଶାରୁ ଜିତନ୍ତୁ ତା ପରେ ମୁଖ୍ୟମନ୍ତ୍ରୀ କଥା ଉଠିବ ବୋଲି କହିଛନ୍ତି ।

ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଦାମୋଦର କହିଛନ୍ତି ଯେ, କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଓଡିଶାବାସୀ ନିଷ୍ପତ୍ତି ନେବେ । ଓଡ଼ିଶାରେ ଲୋକେ ଯଦି ଚାହିଁବେ ନିବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଧର୍ମେନ୍ଦ୍ର ପ୍ରଧାନ ଆଗେ ଓଡ଼ିଶାରୁ ନିର୍ବାଚିତ ହୁଅନ୍ତୁ । ସେ ତ ଓଡ଼ିଶାରୁ ଭୋଟ ପାଇଲେ ନି ବୋଲି ବିହାରକୁ ଗଲେ ଓ ତାପରେ ମଧ୍ୟପ୍ରଦେଶକୁ ବି ଗଲେ । କାହିଁକି ଓଡ଼ିଶାକୁ ଆସୁନାହାଁନ୍ତି? ଓଡ଼ିଶାରୁ ଗୋଟେ ନିର୍ବାଚନମଣ୍ଡଳୀରୁ ଠିଆ ହୋଇ ଜିତନ୍ତୁ । ୨୦୧୯ ମସିହାରେ ଯେଉଁ ନିର୍ବାଚନ ହେବ ସେଠି କୋଉଠି ଗୋଟେ ବିଧାନସଭା ନିର୍ବାଚିତ ହୋଇ ଆସନ୍ତୁ ଆଉ ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହେଉ ତା ପରେ ସେ ମୁଖ୍ୟମନ୍ତ୍ରୀ ହେବେ । ସେ ବାହାରେ ରହିକି ୧୨୦+ କଥା କହୁଛନ୍ତି । ଏକଥାର ଉତ୍ତର ଦେଉନାହାଁନ୍ତି ତାଙ୍କ ସଭାପତି ଅମିତ ଶାହଙ୍କ ପୁଅର ସମ୍ପତ୍ତି ଗୋଟିଏ ବର୍ଷରେ ୧୬ ହଜାର କୋଟି ହେଲା କେମିତି?

୧୯୮୫ରୁ ୧୯୯୦ କଂଗ୍ରେସର ୧୦୮ ବିଧାୟକ ଥିଲେ । କିନ୍ତୁ ୧୯୯୦ ମସିହା ନିର୍ବାଚନରେ ଖାଲି ୧୦ରେ ରହିଲେ । ଆମେ ୧୨୩ ଆସିଥିଲୁ ୧୯୯୦ରେ । ୧୯୯୫ରେ ପୁଣି ୪୬କୁ ଖସିଆସିଲୁ । ତେଣୁ ଲୋକଙ୍କ ହାତରେ ସବୁ ନିର୍ଭର କରୁଛି । ଦିନରେ ସ୍ବପ୍ନ ଦେଖିଲେ କେହି ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି । ଭୋଟ ବେଳେ ସବୁ ନିଷ୍ପତ୍ତି ନେବେ ଭୋଟର ।

Share

Leave a Reply

Your email address will not be published. Required fields are marked *

8 + eleven =