ନବୀନଙ୍କ ଦମ୍ଭୋକ୍ତି :117ରୁ ଅଧିକ ଆସନରେ ଜିତିବୁ

‘ଆମ କାମ ଆମକୁ ନିର୍ବାଚନରେ ଜିତାଇବ’

ଭୁବନେଶ୍ବର () “ଆମ ସରକାରର କାମ, ଆମକୁ ନିର୍ବାଚନରେ ଜିତାଇବ” । ଶନିବାର ସନ୍ଧ୍ୟାରେ ଏକ ପୁସ୍ତକ ଉନ୍ମୋଚନ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଉଲାଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉତ୍ତର 2019 ନିର୍ବାଚନର ଫଳାଫଳକୁ ନେଇ ଆକଳନ କରୁଥିବା ସବୁ ରାଜନୈତିକ ପଣ୍ଡିତ ଓ ବିରୋଧୀଙ୍କୁ ଚକିତ କରିଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରରେ ଥିବା ଦାମ୍ଭିକତା ଓ ଆତ୍ମବିଶ୍ବାସରୁ ସ୍ପଷ୍ଟ ହୋଇଥିଲା ଯେ, 2014 ଠାରୁ 2019ରେ ବିଜେଡି ଭଳ ପ୍ରଦର୍ଶନ କରିବ ଏବଂ ଅଧିକ ଆସନ ପାଇବ ।

ନ୍ୟୁ ଇଣ୍ଡିଆନ ଏକ୍ସପ୍ରୋସର କନସଲଟିଂ ଏଡିଟର ରବି ଶଙ୍କରଙ୍କ ଦ୍ବାରା ଲିକ୍ଷିତ ପୁସ୍ତକ ଜଗରନଟ ଓଡିଶା ଅନ ଦି ମୁଭର ପୁସ୍ତର ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏହି ଖବରକାଗଜର କନସଲଟିଂ ଏଡିଟର ପ୍ରଭୁ ଚାଉଲା ଆସନ୍ତା ସାଧାରଣ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗତ 19 ବର୍ଷ ଧରି ରାଜ୍ୟର ବିକାଶରେ ତାଙ୍କ ସରକାରର ଭୂମୀକା ସଂପର୍କରେ ଉଲ୍ଲେଖ କରିବା ସହ ତାଙ୍କ କାମ ହିଁ ତାଙ୍କୁ ବିଜୟୀ କରିବ ବୋଲି କହିଥିଲେ ।

ଆଉ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 2000 ସମିହାରେ ସେ ଯେତେବେଳେ ଓଡିଶାର ଶାସନ ଭାର ଗ୍ରହଣ କଲେ ସେ ସମୟରେ ଓଡିଶା ମହାବାତ୍ୟାର ତାଣ୍ଡବରେ ଧ୍ବସଂବିଧ୍ବଂସ ହୋଇଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ନିଷ୍ଠା ଏବଂ ଉଦ୍ୟମ ବଳରେ ଓଡିଶା ଆଜି ବିପର୍ଯ୍ୟୟ ମୁକାବିଲାରେ ଦେଶର ଏକ ନମ୍ବର ରାଜ୍ୟ ହୋଇଛି ଏବଂ ଜାତିସଂଘ ମଧ୍ୟ ଓଡିଶାକୁ ଏଥିପାଇଁ ପ୍ରଶଂସା କରିଛି । ଗତ 19 ବର୍ଷ ମଧ୍ୟରେ 80 ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି । ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇଛି । ଦିନେ ଖାଦ୍ୟ ଶସ୍ୟ ଅଭାବୀ ରାଜ୍ୟ ଭାବେ ବିବେଚିତ ହେଉଥିବା ଓଡିଶା ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦେଶର ତିନୋଟି ପ୍ରମୁଖ ଅବଦାନକାରୀ ରାଜ୍ୟ ଭାବେ ପରିଗଣିତ ହେଉଛି । ବଳକା ଶସ୍ୟ ଅନ୍ୟ ରାଜ୍ୟକୁ ପଠାଯାଉଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ନିଜସ୍ବ ଯୋଜନାରେ ଗରିବ ପରିବାରକୁ ଟଙ୍କିକିଆ ଚାଉଳ ଯୋଗାଉଛନ୍ତି । ଭୁବନେଶ୍ବର ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟିର ମାନ୍ୟତା ପାଇଛି । ବିଶ୍ବକପ ହକି ମହାକୁମ୍ଭର ଆୟୋଜନ କରି ଓଡିଶା ବିଶ୍ବସ୍ତରରେ ଆନ୍ତର୍ଜାତିକ କ୍ରିଡା ମାନଚିତ୍ରରେ ସ୍ଥାନ ପାଇଛି ଆଉ ଭୁବନେଶ୍ବର ହୋଇଛି ଦେଶର କ୍ରିଡା ରାଜଧାନୀ । ସେ ରାଜନୀତିରେ ପ୍ରବେଶ କରିବା ସମୟରେ ଲୋକଙ୍କ ସେବାକୁ ପ୍ରାଥମିକତା ଦେଇଥିଲେ । ସେ କହିଥିଲେ ଯେ, ଲୋକଙ୍କ ଖୁସିରେ ତାଙ୍କର ଖୁସି ଏବଂ ଲୋକଙ୍କ ପାଇଁ କାମ କରିବାକୁ ତାଙ୍କୁ ଖୁସି ଲାଗେ ।

ସେହିଭଳି ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ତାଙ୍କ ସରକାରରେ ଆଦିବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସବୁକିଛି ସମ୍ଭବ । ଆଦିବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପଡିଲେ ରାଜ୍ୟ ସରକାର ସୁପ୍ରିମ କୋର୍ଟର ମଧ୍ୟ ଦ୍ବାରସ୍ଥ ହେବେ ।

Share

Leave a Reply

Your email address will not be published. Required fields are marked *

6 + sixteen =