ଚାଷୀ ହକ ପାଇଁ ଲଢେଇ : ବିଜେଡି ସହ ଶ୍ରେୟ ନେବାକୁ ପ୍ରତିଯୋଗିତା

ଭୁବନେଶ୍ୱର () ଚାଷୀଙ୍କ ପାଇଁ ଚାଲିଥିଲା କେବଳ ରାଜନୈତିକ ଆରୋପ ପ୍ରତ୍ୟରୋପ । ଏଭିତରେ ପାଦେ ଆଗେଇପଡି ବିଜେଡି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ସଂସଦ ଘେରାଉର ଘୋଷଣା କଲା । ବିଜେଡିର ଏହି ଘୋଷଣାକୁ 24 ଘଣ୍ଟା ନପୁରୁଣୁ ବିରୋଧି ବି ଚାଷୀଙ୍କ ସ୍ବର୍ଥ୍ୟ ପାଇଁ ଲଢ଼ିବାକୁ ବହାରିଲେଣି । ଚାଷୀ ପ୍ରସଙ୍ଗକୁ ହାତଛଡା କରି ବିଜେଡିକୁ ଶ୍ରେୟ ଦେବାକୁ ଚାହୁଁ ନାହାନ୍ତି ।

ନିକଟରେ ସରିଥିବା 5 ରାଜ୍ୟର ନିର୍ବାଚନ ଫଳାଫଳ କହୁଛି ଚାଷୀ ସମସ୍ୟା ସମାଧାନରେ ଫେଲ ମାରିବା ବିଜେପିକୁ ପରାଜୟର ସ୍ୱାଦ ଚଖେଇଛି । ଏହି ଗଣିତକୁ ବିଚାର କରି ବିଜେଡି ସହ ପ୍ରତିଯୋଗୀତାକୁ ଓଲ୍ହାଇଛନ୍ତି ବିଜେପି ଓ କଂଗ୍ରେସ । ଏମଏସପି ପ୍ରସଙ୍ଗକୁ ନେଇ ବିଜେଡି କେନ୍ଦ୍ର ବିରୋଧରେ ଆଗ ଆନ୍ଦୋଳନକୁ ଡେଇଁଥିଲା । ପୂର୍ବରୁ ମଧ୍ୟ ରାଜଭବନ ଘେରାଉ କରିଥିଲେ । ବିଧାନସଭା ଭିତରେ ଓ ବାହାରେ ପ୍ରତିବାଦ କରିଛି । ଦିଲ୍ଲୀରେ ରାଜ୍ୟର ସ୍ୱର ଟାଣ କରିବାକୁ ସଂସଦ ଘେରାଉ କରିବାକୁ ଯାଉଛି ।

କିନ୍ତୁ ରାଜନୈତିକ ଫାଇଦା ପାଇଁ ବିଜେଡିର ସଂସଦ ଘେରାଓ ସହ ତାଳ ଦେଇ ବିଜେପି ଓ କଂଗ୍ରେସ ସମାନ୍ତରାଳ ରାଜନୈତିକ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ।  ଏଥିସହ କ୍ଷମତାକୁ ଆସିଲେ କେତେ କଅଣ ଘୋଷଣା କଲେଣି । ଭୋଟ୍ ହାତେଇବା ପାଇଁ ଏବେ କୃଷି ଋଣଛାଡ଼କୁ ନିର୍ବାଚନ ପ୍ରତିଶ୍ରୁତି ଏଜେଣ୍ଡାର କରୁଛନ୍ତି ବିିରୋଧୀ ।

ଯେଉଁ ଦଳ ରାଜସ୍ଥାନ ଓ ମଧ୍ୟପ୍ରଦେଶର ଚାଷୀ ସମସ୍ୟାର ସମାଧନରେ ଫେଲ ମାରିବାରୁ ନିର୍ବାଚନରେ ଭୋଟରଙ୍କ ଆସ୍ଥା ହରେଇଲା ସେହି ଦଳ ଓଡ଼ିଶାରେ ସରକାର ଗଢ଼ିଲେ ଚାଷୀଙ୍କୁ ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ । ଏଥିସହ ଚାଷୀଙ୍କ ହକ୍ ପାଇଁ ଆଗାମୀ ୮ ତାରିଖରେ ସଚିବାଳୟ ଘେରାଉ କରିବାକୁ ଘୋଷଣା କରିଛି ।

ବିଜେଡ଼ି ମୁଖମାତ୍ର ପ୍ରତାପ ଦେବ ବିଜେପିର କହିଛନ୍ତି ରାଜ୍ୟ ସରକାର ଏକ ମନ୍ତ୍ରମଣ୍ଡଳୀୟ ଟିମ୍ ଗଢ଼ିଛନ୍ତି । ଚାଷୀ ନେତାଙ୍କ ସହ ଆଲୋଚନା ଚାଲିଛି । ୨ ଥର ବୈଠକ ବସି ସାରଲାଣି । ଆଗକୁ ମଧ୍ୟ ଚାଷୀଙ୍କ ଅସୁବିଧା ନେଇ ଆଲୋଚନା ହେବ । ଏପରିକି ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଚାଷୀଙ୍କ ସମସ୍ୟା ସମ୍ପର୍କିତ ମତାମତ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର । ଠିକ୍ ସମୟରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପ୍ରତାପ୍ ଦେବ । ଏହା ବ୍ୟତୀତ ସେ କହିଛନତି କୃଷି ଋଣ ଛାଡ଼ କେବେ ବି ସବୁ ଦିନିଆ ସମାଧାନ ନୁହେଁ ।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଆମେ ଚାଷୀ ଋଣ ଛାଡ଼ିବା କଥା ବହୁ ଆଗରୁ ଆରମ୍ଭ କରିଛୁ । କ୍ଷମତାକୁ ଆସିବା ପରେ ସବୁ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରାଯିବ । ୫ ବର୍ଷ ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । କଂଗ୍ରେସ କ୍ଷମତାକୁ ଆସିବାର ୨ ବର୍ଷ ଭିତରେ ରାଜ୍ୟରେ କେହି ବି ଭୂମିହୀନ ରହିବେ ନାହିଁ । ତେବେ କଂଗ୍ରେସ କେବଳ ପ୍ରତିଶ୍ରୁତି ଦିଏନି ତାହାର ପାଳନ କରେ, ତାହା ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ୁଛି । ଏହ ବ୍ୟତୀତ କ୍ଷମତାକୁ ଆସିଲେ ହିଁ ସେହି ଦିନ କୃଷି ଋଣ ଛାଡ଼ ହେବ ବୋଲି ଘୋଷଣା କରାଯିବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

11 + two =