କେନ୍ଦୁଝର ବିଜେଡି ପ୍ରାର୍ଥୀନିଙ୍କ ମିଛ ଭିଡିଓ ଭାଇରାଲ ପଛରେ ବିଜେପି

ଘଟଗାଁ () : କେନ୍ଦୁଝର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ସେକ୍ସ ଭିଡିଓ ଭାଇରାଲ୍ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ଗତକାଲି ରାତିରେ ଢେଙ୍କିକୋଟ ବଜାରରୁ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ବାର୍ଡ  ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆ ସେଲ୍‌ର କୋଡିନେଟର ଜୟଦେବ ଗିରି । ଜୟଦେବଙ୍କ ଘର ଘଟଗାଁ ଥାନା ଅନ୍ତର୍ଗତ ନଙ୍ଗଳକଂଟି ଗ୍ରାମରେ । ପୂର୍ବରୁ ମଧ୍ୟ ଜୟଦେବ ସୋସିଆଲ୍ ମିଡ଼ିଆରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଗିରଫ ହୋଇ ଜାମିନରେ ଅଛନ୍ତି । ଜୟଦେବଙ୍କ ସହ ବିଷ୍ଣୁଦତ୍ତ ବାରିକ୍‌ଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

କେନ୍ଦୁଝର ଲୋକସଭା ଆସନ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ସେକ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଭିଡିଓଟି ତାଙ୍କର ନୁହେଁ ବୋଲି ଚନ୍ଦ୍ରାଣୀ ମୁର୍ମୁ ଗଣମାଧ୍ୟମକୁ କହିବା ସହ ପୋଲିସର ସହାୟତା ମଧ୍ୟ ନେଇଥିଲେ । ଏ ନେଇ ଗତକାଲି ସୌଭାଗ୍ୟ ସୋରେନ ଜୟଦେବ ଗିରି, ବିଷ୍ଣୁଦତ୍ତ ବାରିକ ଏବଂ ବିଜେପିର ଅନ୍ୟ କିଛି ସମର୍ଥକଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ସେମାନେ କେନ୍ଦୁଝର ଲୋକସଭା ପ୍ରାର୍ଥୀଙ୍କର ମର୍ଫଡ ସେକ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ କେନ୍ଦୁଝର ପୋଲିସର ଘଟଣା ତଦନ୍ତ କରି ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟରୁ ଏହି ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଲୋକସଭା ସାଂସଦ ସକୁନ୍ତଳା ଲାଗୁରୀଙ୍କ ଟିକେଟ୍ କାଟି ସେଠାରେ ବିଜେଡି ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା କରିବା ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରାଣୀ ନବୀନ ନିବାସଠାରେ ବିଜେଡିରେ ଯୋଗଦେଇଥିଲେ । ଚନ୍ଦ୍ରାଣୀ କିଏ ଏବଂ ସେ କେମିତି ଟିକେଟ୍ ପାଇଲେ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

seventeen − five =