କେନ୍ଦ୍ରର ବିଜେପି ସରକାର ବିରାଡି ବୈଷ୍ଣବ

ରାୟଗଡା () ଆଜି ରାୟଗଡାକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଛନ୍ତି । କେନ୍ଦ୍ରକୁ ବିରାଡି ବୈଷ୍ଣବ ବୋଲି କହି ସମାଲୋଚନା କରିଛନ୍ତି ନବୀନ । ରାଜ୍ୟ ସରକାର ଆହାର ଯୋଜନା କରିଛନ୍ତି ଗରିବଙ୍କ ପାଇଁ, କିନ୍ତୁ ସହଯୋଗ ପାଇଁ ମନା କଲେ କେନ୍ଦ୍ର ସରକାର । ଏହା ହେଉଛି କେନ୍ଦ୍ରର ବିଜେପି ସରକାରର ଗରିବଙ୍କ ପ୍ରତି ଦରଦ ବୋଲି କହିଛନ୍ତି ନବୀନ ।

ଆହାର ଯୋଜନାକୁ ରାଜ୍ୟ ସରକାର ନିଜ ଉଦ୍ୟମରେ ଜାରି ରଖିଛନ୍ତି । ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗଉଛନ୍ତି । ଏହା ଆପଣଙ୍କ ଟଙ୍କା । କାହାର ଦୟା ନୁହେଁ । କେନ୍ଦ୍ର ସରକାର ୩୦ ଲକ୍ଷ ଗରିବଙ୍କୁ ଚାଉଳ ଦେବାକୁ ମନା କଲେ । ଏହା ଠିକ କି ବୋଲି ସେ ପ୍ରଶ୍ନ କରିଛନ୍ତି । ମହିଳାମାନଙ୍କୁ ନବୀନ ପଚାରିଥିଲେ ଯେ, ଆପଣମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ପାଇଁ ୫ ଲକ୍ଷ ଟଙ୍କା ଦରକାର ନା ୭ ଲକ୍ଷ ଟଙ୍କା । କେନ୍ଦ୍ର ଯୋଜନାରେ ୫ ଲକ୍ଷ ଟଙ୍କା ମିଳୁଛି । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କୁ ୭ ଲକ୍ଷ ଟଙ୍କା ଦେଉଛି ।

ସେହିଭଳି ପିଇବା ପାଣି ପାଇଁ କେନ୍ଦ୍ର ଦେଉଛି ୧ହଜାର ଟଙ୍କା, କିନ୍ତୁ ରାଜ୍ୟ ଖର୍ଚ୍ଚ କରୁଛି ୧୨ ହଜାର ଟଙ୍କା । ଜଳ ସେଚନରେ ରାଜ୍ୟ ଖର୍ଚ୍ଚ କରୁଛି ୨୦ ହଜାର କୋଟି ଟଙ୍କା, କିନ୍ତୁ କେନ୍ଦ୍ର ଦେଉଛି ୨୫୦ କୋଟି । ତିତଲିରେ ବୁହ କ୍ଷୟକ୍ଷତି ହେଲା, କିନ୍ତୁ ଆଗ ସାହାର୍ଯ୍ୟ ମିଳିଲା ଆନ୍ଧ୍ରକୁ । ଓଡିଶାବାସୀଙ୍କ କଥା କେନ୍ଦ୍ରର ବହୁ ପଛରେ ମନେ ପଡିଲା । ଏମିତି କିଛି ଉଦାହାରଣ ଦେଇ ନବୀନ କହିଥିଲେ ଯେ, ଏହା ହେଉଛି ଗରିବ ଓ ମହିଳାଙ୍କ ପ୍ରତି କେନ୍ଦ୍ରର ଦରଦ ।

କେନ୍ଦ୍ର ସରକାର ବିରାଡି ବୈଷ୍ଣବ । ସାଢେ ଚାରି କୋଟି ଓଡିଶାବାସୀ କିନ୍ତୁ ମୋର ପରିବାର । ଶେଷ ନିଶ୍ୱାସ ଯାଏଁ ଆପଣଙ୍କ ସେବା କରିବି ବୋଲି କହି ନବୀନ ରାୟଗଡାବାସୀଙ୍କୁ ବିଜେଡିର ଲୋକସଭା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 10 =