ଅରୁଣଙ୍କ ନୂଆ ଫଣ୍ଡା : ଚୌକିଦାର ନୁହେଁ ‘ଚୌକି ଦରକାର’

ଭୁବନେଶ୍ବର () ବିଜେପି ନିଜକୁ ଚୌକିଦାର ବୋଲି କହୁନି, ଏହା ଚୌକି ଦରକାର ବୋଲି ଦାବି କରୁଛି । ଆଜି ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ ଏଭଳି କଟାକ୍ଷ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଅନ୍ୟ ନେତାମାନେ ଏବେ ଆରମ୍ଭ କରିଥିବା ଚୌକିଦାର ଅଭିଯାନ ଉଦ୍ଦେଶ୍ୟରେ ସେ ଏହା କହିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଦେଶର ଚୌକିଦାର ବୋଲି କହୁଥିଲେ । ତାଙ୍କର ଏହି ଚୌକିଦାର ଉପାକ୍ଷାନକୁ ନେଇ ଏଆଇସିସି ସଭାପତି ଓ ମୋଦିଙ୍କ ମଧ୍ୟରେ ଅନେକ ସମୟରେ କଥା କଟାକଟି ହୋଇଛି । ମୋଦିଙ୍କ ପଥରେ ଅନୁପ୍ରାଣିତ ହୋଇ ଦଳର ସବୁ ନେତାମାନେ ନିଜକୁ ସୋସିଆଲ ମିଡିଆରେ ଚୌକିଦାର ବୋଲି ନାମିତ କରିଛନ୍ତି । ହେଲେ ବିଜେଡି ବିଧାୟକ ଅରୁଣ ସାହୁ ବିଜେପି ନେତାଙ୍କ ଏହି ଚୌକିଦାର ଦାବିକୁ ନୂଆ ଫଣ୍ଡା ଦେଇ କହିଛନ୍ତି ଯେ, ସେମାନେ ପ୍ରକୃତରେ ଚୌକି ଦରକାର ବୋଲି କହୁଛନ୍ତି । ଅର୍ଥାତ 2019ରେ ପୁଣି ଥରେ କେନ୍ଦ୍ରରେ ସରକାର ଗଠନ ପାଇଁ ଚୌକି ଦରକାର ବୋଲି କହୁଛନ୍ତି । କିନ୍ତୁ ଲୋକେ ଭାବୁଛନ୍ତି ସେମାନେ ନିଜକୁ ଦେଶର ଚୌକିଦାର ବୋଲି କହୁଛନ୍ତି ।

ସେହିଭଳି 2019ରେ କୌଣସି ଦଳ କେନ୍ଦ୍ରରେ ସ୍ଥିର ସରକାର ଆଣିପାରିବ ନାହିଁ, ସବୁ ଏକଜିଟ ପୋଲ ଏଭଳି ଆକଳନ କରୁଛନ୍ତି । ତେଣୁ ବିଜେପି ନେତାମାନେ ଦେଶବ୍ୟାପି ଚୌକି ଦରକାର ଚୌକି ଦରକାର ବୋଲି ଦାବି କରୁଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − ten =