ଦେଢ଼ ବର୍ଷ ପରେ ବି ପ୍ରତିଶ୍ରୁତି ପାଳିଲେଣି ଶାହା

ଶାହାଙ୍କୁ ଖୁଆଇଲେ, ନବୀନଙ୍କୁ ସମର୍ଥନ ଘୋଷଣା କଲେ

ଗଂଜାମ () ଦେଢ଼ ବର୍ଷ ତଳେ ଗଂଜାମ ଜିଲ୍ଲାର ଗୋପଲପୁର ନିର୍ବାଚନମଣ୍ଡଳୀର ହୁଗୁଳିପଟାରୁ ମିଶନ 120 ପ୍ଲସର ମୂଳଦୁଆ ପକାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା । ଏହି ଅବସରରେ ଆୟୋଜିତ ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସେ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଁର ବରା ଆଳୁଚପ ବିକାଳୀ ନବୀନ ସ୍ବାଇଁଙ୍କ ଘରେ ଆତିଥ୍ୟ ଗ୍ରହଣ କରିଥିଲେ । ଶାହାଙ୍କୁ ଆତିଥ୍ୟ ଦେଇ ନବୀନ ଗେରୁଆ ପାଲଟି ଯାଇଥିଲେ ।

ସେ ସମୟର ନବୀନ ସ୍ୱାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଦେଢ଼ ବର୍ଷ ପରେ ହୁଗୁଳାପଟାର ରାଜନୈତିକ ଦୃଶ୍ୟପଟ ବଦଳିଯାଇଛି । ଆଜି ପୂରା ହୁଗୁଳାପଟା ଶଙ୍ଖମୟ ହୋଇଛି । ସ୍ଥାନୀୟ ସରପଞ୍ଚ ପ୍ରଦୀପ ମଲାଣଙ୍କ ନେତୃତ୍ୱରେ 200ରୁ ଅଧିକ ବିଜେପି କର୍ମୀ ବିଜେଡିର ମିଶିଛନ୍ତି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱରେ ସେମାନେ ବିଜେଡ଼ିରେ ମିଶିଥିଲେ ।

ଏହି ଅବସରରେ ନବୀନ ସ୍ୱାଇଁ ମଧ୍ୟ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି । ଏଥିସହିତ ସ୍ୱାଇଁ ଘୋଷଣା କରିଛନ୍ତି ଯେ, ବିଜେପି ତରଫରୁ ମିଳିଥିବା ଏକ ଲକ୍ଷ ଟଙ୍କାର ସହାୟତା ରାଶି ଫେରାଇ ଦେବେ । ଶାହାଙ୍କୁ ଗସ୍ତକୁ ଦେଢ଼ ବର୍ଷ ପୁରିଯାଇଥିଲେ ବି ନବୀନ ସ୍ବାଇଁଙ୍କୁ ନିଜ ସ୍ୱପ୍ନର ପକ୍କା ଘର ମିଳିନି । ଶାହା ରାଜ୍ୟର ଶହ ଶହ ଗରିବ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ଯେଉଁ ମାନଙ୍କ ନାଁ ବିପିଏଲ ତାଲିକାରେ ନଥିବାରୁ ପକ୍କା ଘର ଓ ଅନ୍ୟନ କେନ୍ଦ୍ରୀୟ ସହାୟତା ପାଇପାରୁନାହାନ୍ତି । ରାଜ୍ୟ ସରକାର ବାରମ୍ବାର ଏହି ସମସ୍ୟା  ଉଠାଉଥିଲେ ବି କେନ୍ଦ୍ର ଶୁଣୁନି ।

ନବୀନଙ୍କୁ ଶାହାଙ୍କ ଗସ୍ତ ସମୟରେ ମିଳିଥିବା ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇନି । ବରଂ ବିଜେଡି ସରକାର ତାଙ୍କୁ ବିଜୁ ପକ୍କା ଘର ଯୋଜନାରେ କୋଠା ଘର ଖଣ୍ଡେ ଦେବାକୁ ଆଶ୍ୱାସନା ଦେଇଛନ୍ତି । ଏହିଦୃଷ୍ଟିରୁ ବିଜେଡି ସରକାରର ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟ ଶୈଳୀ ନବୀନଙ୍କୁ ପ୍ରଭାବିତ କରିଛି । ଏଇ ଗୋଟିଏ ଉଦାହରଣରୁ ମୋଦି ସରକାର ବିରୋଧରେ ସାଧାରଣ ଲୋକଙ୍କ ମଧ୍ୟରେ ହତାଶା ଭାବ ବଢୁଥିବା ପ୍ରମାଣିତ ହେଉଛି ।

Share

Leave a Reply

Your email address will not be published. Required fields are marked *

15 − 6 =