ନିର୍ବାଚନ ସାମନା ପାଇଁ ଡରିଲେଣି ବିଜେପି ପ୍ରାର୍ଥୀ

ବିଜେଡ଼ି ଆସିବାକୁ ଚାହୁଁଛନ୍ତି ଆଉ ୧୨ ବିଜେପି ପ୍ରାର୍ଥୀ

ଭୁବନେଶ୍ବର (): ବିଜେପି ଗତ ୫ ବର୍ଷ ଧରି ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ଏବେ ନିର୍ବାଚନର ସାମନା କରିବାକୁ ପ୍ରାର୍ଥୀମାନେ ଡରୁଛନ୍ତି । ବିଜେପି ପ୍ରାର୍ଥୀ ଭାବେ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବାକୁ ଅଧିକାଂଶ ଲଜ୍ଜିତ ଅନୁଭବ କରୁଛନ୍ତି । ବିଜେପୁରରୁ ସୁବାସ ଚୌହାନ୍, ଆନନ୍ଦପୁରରୁ ଭାଗିରଥୀ ସେଠୀଙ୍କ ପରେ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ଟିକେଟ ଫେରାଇଦେବା ଏବଂ ବିଜେଡ଼ିରେ ଯୋଗଦେବା ଘଟଣା ତାହାର ସ୍ପଷ୍ଟ ପ୍ରମାଣ ।

ବିଜେପି ଟିକେଟ ଫେରାଇ ଦେଇଥିବା ଏହି ନେତାମାନେ କହିଛନ୍ତି, ୫ ବର୍ଷ ଧରି ଏହି ଦଳ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ସେମାନେ ଲଜ୍ଜିତ ହୋଇଛନ୍ତି । ଲୋକଙ୍କ ପାଖରେ ସେମାନଙ୍କୁ ହଟହଟା ହେବାକୁ ପଡ଼ିଛି । ଦଳର ମିଥ୍ୟା ପ୍ରତିଶ୍ରୁତି ପାଇଁ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସାମନା କରିବାକୁ ସେମାନଙ୍କର ନୈତିକତା ନାହିଁ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଯାହା କହେ ତାହା କରେ ଏବଂ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ସେମାନଙ୍କର ଅନୁଭବ ହୋଇଥିବାରୁ ବିଜେଡ଼ି ପ୍ରତି ଆକୃଷ୍ଟ ହୋଇଥିବା କହିଛନ୍ତି ।  ସେମାନଙ୍କ ଭଳି ବିଜେପି ଟିକେଟ ପାଇଥିବା ଆଉ ୧୦ ରୁ ୧୨ ଜଣ ପ୍ରାର୍ଥୀ ବିଜେପି ଛାଡ଼ି ବିଜେଡ଼ିରେ ମିଶିବାକୁ ଚାହୁଁଥିବା ସେମାନେ କହିଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + fourteen =