ସନ୍ଦିଗ୍ଧ ସୁଟକେଶକୁ ନେଇ ପ୍ରଶ୍ନ

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର (): ନିର୍ବାଚନ କମିଶନଙ୍କ ତତ୍ବାବଧାନରେ କାର୍ଯ୍ୟରତ ସରକାରୀ ଅଧିକାରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ବ୍ୟବହାର କରିବା ସହ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଆଜି ବିଜେଡ଼ି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହା ଜଣାଇବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବିଜେଡ଼ି ଦର୍ଶାଇଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଚେକିଂ କରିବାକୁ ଯାଇଥିବା ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କାର୍ଡ ଅଧିକାରୀମାନଙ୍କୁ ସେ ର୍ଦୁବ୍ୟବହାର କରିବା ସହ ନାଲିଆଖି ଦେଖାଇ ଧମକାଇଥିଲେ । ଗତକାଲି ଅଧିକାଂଶ ଟେଲିଭିଜନ୍ ଚ୍ୟାନେଲରେ ଏହି ଦୃଶ୍ୟ ପ୍ରସାରିତ ହୋଇଛି । ନିର୍ବାଚନ ଡ୍ୟୁଟିରେ ଥିବା ଯାଞ୍ଚକାରୀ ଅଧିକାରୀମାନଙ୍କୁ ଜଣେ ରାଜନୈତିକ ନେତା ଏଭଳି ନିମ୍ନସ୍ତରର ଆଚରଣ ଦେଖାଇବା ଦୁଃଖଦାୟକ । ନିର୍ବାଚନ କମିଶନ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ।

ସେହିଭଳି ଧର୍ମେନ୍ଦ୍ର ହେଲିକପ୍ଟରରେ ସାଙ୍ଗରେ ନେଇ ଯାଇଥିବା ବନ୍ଦ ସୁଟକେଶ୍ ଟି କ’ଣ ତାହାର ଖୁଲାସା ହେବା ଦରକାର । ତାଙ୍କ ପାଖରେ ଥିବା ଏହି ବନ୍ଦ ସୁଟକେଶକୁ ସମସ୍ତେ ଦେଖିଛନ୍ତି ଏବଂ ସେଥିରେ ଟଙ୍କା ଯାଇଥିବା ଅନେକଙ୍କର ସନ୍ଦେହ ହେଉଛି । ତେଣୁ ପ୍ରକୃତରେ ସେଥିରେ କ’ଣ ଥିଲା ତାହା ସମସ୍ତେ ଜାଣିବା ଦରକାର ବୋଲି ବିଜେଡ଼ି ପ୍ରତିନିଧିମାନେ ସିଇଓଙ୍କୁ ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

12 − six =