ଶକ୍ତି ବୃଦ୍ଧି ପାଇଁ ସଂଗଠନ ହେଲା ଦୁଇ ଫାଳ

ଭୁବନେଶ୍ୱର () ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ମୟୁରଭଂଜ ଜିଲ୍ଲାରେ ଦଳର ପ୍ରଦର୍ଶନ ଖରାପ ହେବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟର ଗେମ ପ୍ଲାନର ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଜିଲ୍ଲା ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ନେବା ପରେ ବାରମ୍ବାର ଜିଲ୍ଲା ଗସ୍ତ ସାଙ୍ଗକୁ ସଂଗଠନ ବାବଦରେ ନାନା ତର୍ଜମା କରି ଶେଷରେ ଜିଲ୍ଲା ସଂଗଠନକୁ ଦୁଇ ଫଳ କରିଛନ୍ତି । ଜିଲ୍ଲାର ବାମନଘାଟିକୁ ସୀମା ଭାବେ ଗ୍ରହଣ କରି ମୟୁରଭଂଜ ଓ ମୟୁରଭଂଜ ସଦର ଭାବେ ଦୁଇଟି ସଂଗଠନ ତିଆରି ହୋଇଛି ।

କ୍ରମାଗତ ଭାବେ ୨୦୧୭ ଓ ୨୦୧୯ ଦୁଇଟି ଯାକ ନିର୍ବାଚନରେ ମୟୁରଭଂଜରେ ବିଜେଡିକୁ ଲାଗିଥିଲା ଧକ୍କା । ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ ବିଜେଡିର ସ୍ଥିତି ଭଲ ରହିଥିବା ବେଳେ ମୟୁରଭଂଜ ବିଜେଡିର ହାର୍ଟବିଟ ବଢାଇଦେଇଥିଲା । ନିର୍ବାଚନର ଅଳ୍ପ କିଛି ଦିନ ଆଗରୁ ଧୁରୀଣ ଯୁବ ନେତା ଅରୁଣ ସାହୁଙ୍କୁ ମୟୁରଭଂଜ ଜିଲ୍ଲା ଦାୟିତ୍ୱ ଦିଆଯାଇଥିଲା । ସେ କିଛି ମାତ୍ରାରେ ଦଳର ସମ୍ମାନ ରକ୍ଷା କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ନିର୍ବାଚନ ପରେ ଏହି ଦାୟିତ୍ୱ କ୍ରାଇସିସ ମ୍ୟାନେଜର ପ୍ରଣବଙ୍କୁ ଦିଆଯାଇଛି । ସେ ତାଙ୍କ ରାଜନୀତିର ମାଷ୍ଟ୍ରର ଷ୍ଟ୍ରୋକ ଖେଳିଛନ୍ତି । ଦଳର ସଂଗଠନକୁ ମଜବୁତ କରିବାକୁ ବାରିପଦା, ମୋରଡା, ବଡସାହି, ଉଦଳା ଓ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀକୁ ମୟୁରଭଂଜ ସାଙ୍ଗଠନିକ ଜିଲ୍ଲା ଓ ରାଇରଙ୍ଗପୁର, କରଞ୍ଜିଆ, ଯଶୀପୁର ଓ ସାରସକଣାକୁ ବିଧାନସଭା କ୍ଷେତ୍ରକୁ ନେଇ ମୟୁରଭଂଜ ସଦର ସାଙ୍ଗଠନିକ ଜିଲ୍ଲା ଗଠନ କରିଛନ୍ତି ।

ଗତକାଲି ବାରିପଦାସ୍ଥିତ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ରାଜ୍ୟ ସାଙ୍ଗଠନିକ ଦାୟିତ୍ୱରେ ଥିବା ପ୍ରଣବ ଓ ପୂର୍ବତନ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ୫ଟି ନିର୍ବାଚନମଣ୍ଡଳୀର ନେତା ଓ କର୍ମୀଙ୍କ ନେଇ ବୈଠକକରିଥିଲେ । ଶୁକ୍ରବାର ମଧ୍ୟ ସେ ମୟୁରଭଂଜ ସଦର ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନସଭା କ୍ଷେତ୍ରର ବିଧାୟକ, ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲୋ । ବୈଠକ ପରେ ସାଙ୍ଗଠନିକ ଜିଲ୍ଲା ବିଭାଜନ ନିଷ୍ପତ୍ତିକୁ ସୁପ୍ରିମୋଙ୍କ ସବୁଜ ସଙ୍କେତ ମିଳିସାରିଛି । ତଦନୁଯାୟୀ ଦୁଇଟି ଯାକ ସାଙ୍ଗଠନିକ ଜିଲ୍ଲା ଦାୟିତ୍ୱରେ ଦୁଇଜଣ ସଭାପତି ରହିବେ ।

ଗତ ଗୁରୁବାର ହୋଇଥିବା ବୈଠକରେ ସଂଜୟ ଦାସବର୍ମା, ବାଙ୍ଗିରିପୋଷି ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି, ବାଲେଶ୍ୱରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ମୋରଡା ବିଧାୟକ ରାଜକିଶୋର ଦାସ, ଜିଲ୍ଲା ବିଜେଡି ସଭାପତି ଦେବାଶିଷ ମହାନ୍ତି ପ୍ରମୁଖ ମୟୁରଭଂଜ ସାଙ୍ଗଠନିକ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ନେତା ଓ କର୍ମୀଙ୍କୁ ନେଇ ଦଳୀୟ ସଂଗଠନ ଉପରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ । ଏଥିରେ ତୃଣମୂଳ ସ୍ତରରୁ ଜଳୀୟ ସଂଗଠନ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ଓାର୍ଡ ସ୍ତରରୁ ଅଧିକ ମଜବୁତ ଓ କ୍ରିୟାଶିଳ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସଂଗଠନକୁ ଅଧିକ କ୍ରିୟାଶିଳ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ଏହି ବୈଠକରେ ବାରିପଦା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ହାରିଯିବା ପରେ କର୍ମୀଙ୍କ ସୁଖ ଦୁଃଖରେ ଛିଡା ହେବାକୁ କେହି ନାହାଁନ୍ତି ବୋଲି କର୍ମୀମାନେ କହିଥିଲେ । ଏନେଇ ବବି ନିଜେ ସେମାନଙ୍କ ସହ ଅଛନ୍ତି ଓ ଦଳର କର୍ମୀମାନଙ୍କ ପାଇଁ ସେ ସେମାନଙ୍କ ବିଧାୟକ ବୋଲି କହିବା ସହ ସେମାନଙ୍କ ସବୁ ସୁଖ ଦୁଃଖରେ ସେ ଅଛନ୍ତି ଓ ରହିବେ ବୋଲି ପ୍ରତିଶୃତି ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

10 − 2 =