କଂଗ୍ରେସ ମୁହାଁ ବିଜୟ

ଭୁବନେଶ୍ବର (): ନୂଆବର୍ଷରେ ନୂଆ ନିଷ୍ପତ୍ତି ନେବେ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ତାଙ୍କ ବାସଭବନରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ବିଜୟଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇବାକୁ ଯାଇଥିଲେ କିଛି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ବିଜୟଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ଭିନ୍ନ ଏକ ରାଜନୈକି ସଙ୍କେତ ଦେଉଛି । ବିଜେପି ଛାଡ଼ିଛନ୍ତି ବିଜେଡି ସହିତ ଅପଡ଼ । ତେଣୁ ସିଧା କଂଗ୍ରେସରେ ନମିଶିଲେ ବି ବିଜୟ ଏଣ୍ଡ କୋ କଂଗ୍ରେସ ସହ ସମଝୋତା କରିବାର ଇସାରା ମିଳୁଛି । ବିଜୟ କିନ୍ତୁ କିଛି ବି ସ୍ପଷ୍ଟ କରିନାହାଁନ୍ତି ।

ନୂଆ ବର୍ଷରେ ଏହି ନୂଆ ସମୀକରଣକୁ ନେଇ ଚର୍ଚା ଜୋର ଧରିଛି । ନୂଆ ଦଳ ଗଠନ ହେଉ କିମ୍ବା ନୂଆ ଲେଖାଯୋଖା ସମୀକରଣ ତିଆରି କରି ହେଉ। 2019ରେ ବିଭିନ୍ନ ଦଳର ଅଲୋଡା ନେତାମାନେ ସବୁ ଓଲଟାଇ ଦେବାକୁ ସ୍ବପ୍ନ ଦେଖୁଛନ୍ତି । ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଦାମ ରାଉତଙ୍କ ଭଳି ନେତା କେତେବେଳେ ବିଜେଡି ସପକ୍ଷରେ ତ କେତେବେଳେ ବିଜେପି ସପକ୍ଷରେ ବିବୃତ୍ତି ଦେଇ ରାଜନୈତିକ ପାଣିପାଗକୁ ଗୋଳିଆ କରି ରଖିଛନ୍ତି । ଏତିକିବେଳେ ନୂଆବର୍ଷରେ ବିଜୟ ମହାପାତ୍ରଙ୍କ ଘରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମିମାନେ ବିଜୟ ମହାପାତ୍ରଙ୍କ ଘରେ ତାଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଉଛନ୍ତି ।

ସେପଟେ ୨୦୧୯ ନିର୍ବାଚନ ସବୁଦଳ ପାଇଁ ଯେତିକି ଆହ୍ବାନ ଆଣିଛି ସେତିକି ସୁଯୋଗ ବି ସୃଷ୍ଟି କରିଛି । ଛତିଶଗଡ ଓ ମଧ୍ୟପ୍ରଦେଶରେ ପପୁଲାର ଚିଫ ମିନିଷ୍ଟର ଥାଇ, ଯୋଜନା ପରେ ଯୋଜନା ଘୋଷଣା କରିବି ବିଜେପି କ୍ଷମତାଚ୍ୟୁତ ହୋଇଛି । ଏଠି ୪ର୍ଥ ଥର ଲଗାତର ଥିବା ବିଜେଡି ସରକାରକୁ ହଟାଇବା ସମ୍ଭବ ବୋଲି ବିରୋଧି ବିଜେପି ଓ କଂଗ୍ରେସ ଧରିନେଇଛନ୍ତି । ସରକାର ବିରୋଧି ହାଓାରୁ ଫାଇଦା ନେବାପାଇଁ ଅଣ୍ଟା ଭିଡିଛନ୍ତି ବିରୋଧି । ତେବେ ବିରୋଧି ଭୋଟ ବିଭାଜନର ଫାଇଦା ବିଜେଡି ନେବ ବୋଲି ଆକଳନ କରୁଛି ।

Share

Leave a Reply

Your email address will not be published. Required fields are marked *

five × two =