ବିଜେପି ପୋଷ୍ଟରରେ ବିଜୟ ମାଲ୍ୟା ଓ ନିରବ ମୋଦି

ଭୁବନେଶ୍ୱର () ସ୍ଵଛ ଓ ଦୁର୍ନୀତିମୁକ୍ତ ଶାସନ ଓ ପ୍ରଶାସନର ନାରା ଦେଉଥିବା ବିଜେପି କେଉଁ ମାନଙ୍କୁ ବନ୍ଧୁ କରିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁ ବି ଚୌକିଦାର ଅଭିଯାନରେ ସାମିଲ ହୋଇଛନ୍ତି ଏଇ ଦଶନ୍ଧିର ଦେଶର ବହୁଚର୍ଚିତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଓ ନିରବ ମୋଦି ।

ଦେଶରୁ ହଜାର ହଜାର କୋଟି ଲୁଟ କରି ବିଦେଶରେ ମଉଜ କରିଥିବା ଏହି ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ନାକେଦମ ହେଲାଣି । ସେମାନେ କିନ୍ତୁ ମୁ ବି ଚୌକିଦାର ଅଭିଯାନରେ ସାମିଲ ହୋଇ ବିଜେପିର ପୋଷ୍ଟରରେ ସ୍ଥାନ ପାଇଛନ୍ତି । ଭୁବନେଶ୍ୱରରେ ନନ୍ଦନକାନନ ରାସ୍ତାରେ ଦଳର ଏକ ନିର୍ବାଚନୀ ପୋଷ୍ଟରରେ ମୋଦିଙ୍କ ସହ ଏହି ଦୁଇ ବ୍ୟକ୍ତିଙ୍କ ଫୋଟୋ ସ୍ଥାନ ପାଇଛି । ଏଇଥିରୁ ଏହି ଜାତୀୟ ଦଳର ଆଭିମୁଖ୍ୟ ଓ ଚରିତ୍ର ଧରାପଡୁଛି ବୋଲି ବିଜେଡି ଅଭିଯୋଗ କରିଛି ।

Share

Leave a Reply

Your email address will not be published. Required fields are marked *

2 × one =