ଦୁଇଭାଗ ହେଲା ଏଲଜେପି

ପାଟନା: ଶେଷରେ ଏଲଜେପିରେ ବିଭାଜନ ଘଟିଛି। ପୁତୁରା ଚିରାଗ ପାଶୱାନଙ୍କୁ ଅଲଗା କରି ଦାଦା ପଶୁପତି କୁମାର ପାରସ ଲୋକସଭାରେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳ ନେତା ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀ ପାରସଙ୍କୁ ଲୋକ ଜନଶକ୍ତି ପାର୍ଟିର ନେତାଭାବେ ସ୍ୱୀକୃତି ଦେଇଛନ୍ତି। ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ୬ଜଣ ସାଂସଦଙ୍କ ମଧ୍ୟରୁ ୫ଜଣ ସାଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ୍ କରି ଚିରାଗ ପାଶୱାନଙ୍କ ବଦଳରେ ପଶୁପତି କୁମାର ପାରସଙ୍କୁ ନେତାଭାବେ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ହାଜିପୁର ସାଂସଦ ପଶୁପତି ପାରସଙ୍କ ନେତୃତ୍ୱରେ ୫ଜଣ ବିଦ୍ରୋହୀ ସାଂସଦ ଚନ୍ଦନ ସିଂ, ବୀଣା ଦେବୀ, ମେହବୁବ ଅଲ୍ଲୀ କାଇଜର ଓ ପ୍ରିନ୍ସ ରାଜ୍ ଏକ ପୃଥକ ଗୋଷ୍ଠୀ ଗଠନ କରିଥିବା ବାଚସ୍ପତିଙ୍କୁ ଜଣାଇଥିଲେ।

Share

Leave a Reply

Your email address will not be published. Required fields are marked *

eighteen − fourteen =