କେନ୍ଦ୍ରାପଡା ବିଜେପିରେ ବୈଜୟନ୍ତଙ୍କୁ ବିରୋଧ, ଅଣ୍ଡାମାଡ଼ର ଯୋଜନା

ଭୁବନେଶ୍ୱର () ବିଜେପିର ଜାତୀୟ ଉପସଭାପତି ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜ ନିର୍ବାଚନମଣ୍ଡଳୀରେ କଡା ବିରୋଧର ସମ୍ମୁଖୀନ ହେଉଛନ୍ତି । ସେ ନିଜ ଦଳରେ ତାଙ୍କୁ ବିରୋଧ ହେବା ସହ ବିଭିନ୍ନ ସ୍ଥାନରେ ତାଙ୍କର କୁଶପୁତ୍ତଳିକା ଦାହ ହେଲାଣି ।

କେନ୍ଦ୍ରାପଡା ବିଜେପିରେ ବୈଜୟନ୍ତଙ୍କ ମାନମୁଖୀ କାର୍ଯ୍ୟକୁ ବିରୋଧ ହେବା ସହ ଗୋଟେ ଗୋଷ୍ଠି ଆଗାମୀ ଦିନରେ ତାଙ୍କୁ ଅଣ୍ଡା ମାଡ଼ କରିବାକୁ ଯୋଜନା କରୁଛନ୍ତି । ଆଗକୁ ରାଜ୍ୟ ବିଜେପିର ମଙ୍ଗ ଧରିବାକୁ ଯୋଜନା କରୁଥିବା ବୈଜୟନ୍ତ ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ଶୃଙ୍ଖଳା ଭାଙ୍ଗୁ ଥିବା ଅଭିଯୋଗ ହେଉଛି ।

ମହାକାଳପଡ଼ାରେ ବିଜେପି ପ୍ରାର୍ଥୀ ଚୟନକୁ ଏହି ଅସନ୍ତୋଷ ସୃଷ୍ଟି ହୋଇଛି । ମହାକାଳପଡ଼ାରେ ବିଜୟ ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ସ୍ଥାନୀୟ ବିଜେପି କର୍ମୀମାନେ କ୍ଷୁବ୍ଧ ହୋଇଛନ୍ତି । ବିଜୟ ସ୍ଥାନୀୟ ବାସିନ୍ଦା ହୋଇନଥିବା ବେଳେ ସେ ବାରମ୍ବାର ଦଳ ପରିବର୍ତ୍ତନ କରିଛନ୍ତି । ତାଙ୍କୁ ପ୍ରାର୍ଥୀ କରି ସ୍ଥାନୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହେଉଛି ।

ଗୋଟେ ସମୟରେ ଯେତେବେଳେ ବୈଜୟନ୍ତ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କ ଠାରୁ କଡା ବିରୋଧର ସମ୍ମୁଖୀନ ହେଉଥିବା ବେଳେ ନିଜ ଦଳରେ ବିରୋଧ ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

Share

Leave a Reply

Your email address will not be published. Required fields are marked *

five − two =