ଜଣେ ପ୍ରଚଣ୍ଡ ସ୍ୱାଭିମାନି ଜନନେତାଙ୍କୁ ଝୁରୁଛି ଓଡିଶା

ଭୁବନେଶ୍ୱର : ଓଡିଶା ରାଜନୀତିର ଅଦ୍ଵିତୀୟ ନେତା । ଯାଜପୁର ଜିଲ୍ଲାର ସ୍ୱାଭିମାନ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଜ ନୀତି ଓ ଆଦର୍ଶକୁ ଜାବୁଡି ଧରିଥିଲେ । ରାଜନୈତିକ ଜୀବନରେ ସାଲିସ ଶିଖି ନଥିଲେ । ସେ ଛିଡା ଦେଲେ ବିରୋଧୀଙ୍କ ଛାତିରେ ଛନକା ପଶିଯାଉଥିଲା । ସେ ଆଉ କେହି ନୁହନ୍ତି, ସେ ହଉଛନ୍ତି ଅଶୋକ ଦାସ ।

ଓଡ଼ିଶା ରାଜନୀତିର ଯେତେବେଳେ ଧ୍ରୃବିକରଣ ହେଉଥିଲା, ସେତେବେଳେ କନିଷ୍ଠଠୁ ବରିଷ୍ଠ ବିଜେପି କିମ୍ବା ବିଜେଡ଼ି ଆଡକୁ ଢଳିଯାଇଥିଲେ । ମାତ୍ର ଏହୖି ସ୍ୱତ୍ତରେ ଭାସିନଯାଇ ସଭ୍ୟମାନଙ୍କୁ ସମ୍ବଳ କରି ଶେଷ ପର୍ଯ୍ୟନ୍ତ ସରଶର୍ଯ୍ୟାରେ ରହିଥିଲେ ସ୍ୱାଭିମାନୀ ଅଶୋକ । ଯାହାଙ୍କ ନାଁ ହିଁ ଯଥେଷ୍ଟ ।

୧୯୯୭ ଏପ୍ରିଲ ୧୭ ତାରିଖ । ଓଡ଼ିଶାର ବରପୁତ୍ର, ତତ୍କାଳୀନ ଆସ୍କା ସାଂସଦ ଓ ଜନତା ଦଳର ସଭାପତି ବିଜୁ ପଟ୍ଟନାୟକ ଚିରଦିନ ପାଇଁ ଆଖି ବୁଝିଦେଲେ । ବିଜୁଙ୍କ ପରେ କଣ ହେବ ଜନତା ଦଳର ଭାଗ୍ୟ । ତାହାକୁ ନେଇ ଓଡ଼ିଶାର ଗାଁଗାଁରେ ଚିନ୍ତା । ଜନତା ଦଳ ଭିତରେ ଭାଳେଣି ପଡ଼ିଗଲା । ଆଉ ଏକ ନୂତନ ରାଜନୈତିକ ଦଳ ଗଠନ ପାଇଁ ଚାଲିଲା ବିଚାର ବିମର୍ଷ । ବିଜୁଙ୍କ ସନ୍ତକକୁ କିଏ ବଂଚାଇ ରହିବେ ନା ସମ୍ପୂର୍ଣ୍ଣଭାବେ ବିଜୁଙ୍କ ସହ ଲିନ ହୋଇଯିବ ଜନତା ଦଳ । ୯୦ ଦଶକରେ ଏପରି ରାଜନୈତକ ହଟଚମଟ ହେଲା ଓଡ଼ିଶାରେ । ୧୯୯୭ ମସିହା ଡ଼ିସେମ୍ବର ୨୬ ତାରିଖରେ ଗଠନ ହେଲା ବିଜୁ ଜନତା ଦଳ । ଜନତା ଦଳର ୯୦ ପ୍ରତିଶତ ନେତା ଏହି ଦଳରେ ସାମିଲ ହେଲେ । ହେଲେ ସାମିଲ ହେଲେ ନାହିଁ ଅଶୋକ ଦାସ ।

ବିଜୁଙ୍କ ପରେ ଦଳକୁ ଓଡ଼ିଶାରେ ବଞ୍ଚାଇ ରହିବା ପାଇଁ ଅଶୋକ ସବୁ କ୍ଷମତାକୁ ବଳି ଦେଇ ଶେଷ ନିଶ୍ୱାସ ଯାଏ ଜନତା ଦଳରେ ରହିଲେ । ୨୦୦୮ ଡ଼ିସେମ୍ବର ୨୯ ତାରିଖରେ ଅଶୋକ ସବୁ ଦିନ ଲାଗି ଚିର ନିଦ୍ରାରେ ଶୋଇଡ଼ିଲେ । ଏହି ସ୍ୱାଭିମାନ ନେତା ତାଙ୍କ ସହ ନେଇ ଚାଲିଯାଇଥିଲେ ଚକ ଚିହ୍ନକୁ । ଅଶୋକଙ୍କ ସହ ଚାଲିଗଲା ଚକଚିହ୍ନ ଓ ସବୁଦିନ ପାଇଁ ଓଡ଼ିଶା ରାଜନୀତିରେ ଜନତା ଦଳ ଲିଭିଗଲା ।

୧୯୭୧ ମସିହାରେ ଯାଜପୁର କୋରେଇ ନିବାର୍ଚନୀ ମଣ୍ଡଳୀରୁ ପ୍ରଥମ ଥର ଲାଗି ବିଧାୟକ ଭାବେ ନିବାର୍ଚିତ ହୋଇଥିଲେ ଅଶୋକ ଦାସ । ଏହାପରେ ୧୯୭୪ ମସିହାରୁ ଲଗାତାର ୬ଥର ସେ ବିଧାନସଭାକୁ କୋରେଇର ପ୍ରତିନିଧି ଭାବେ ନିବାର୍ଚତି ହୋଇଛନ୍ତି । ୧୯୯୬-୯୭ ମସିହାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତାର ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ୧୯୧୯୧ ମସିହାରେ ଜନତା ଦଳର କାର୍ଯ୍ୟକାରୀ ସଭାପତିର ଦାୟିତ୍ୱ ନେଇଥିଲେ । ବିଜୁଙ୍କ ଅତ୍ୟନ୍ତ ଘନିଷ୍ଠ ଅଶୋକ ବିଜୁଙ୍କ ଦେହାନ୍ତ ପରେ ତାଙ୍କ ସନ୍ତକକୁ ବଂଚାଇ ରଖିବା ପାଇଁ ବିଜୁ ଜନତା ଦଳ ନଯାଇ ଜନତା ଦଳରେ ରହି ଶେଷ ପର୍ଯ୍ୟନ୍ତ ଜନତା ଦଳର ସଭାପତି ରହିଥିଲେ।

କ୍ଷମତା ଠାରୁ ସବୁବେଳେ ଦୁରରେ ରହୁଥିବା ଅଶୋକ ଦାସ ,ଯେତେବେଳେ ବିଜୁ ଜନତା ଦଳ ଗଠନ ହେଲା ସେତେବେେଳେ ସେ ବଡ଼ବଡ଼ ପଦବୀକୁ ନଚାହିଁ ଜନତା ଦଳରେ ରହିଯାଇଥିଲେ । ଅବଶ୍ୟ ସେତେବେଳେ ତାଙ୍କ ସହ ସୁର ନାୟକ, ଦାମ ରାଉତଙ୍କ ପରି ୫ଜଣ ନେତା ରହିଥିଲେ । ହେଲେ ପରବର୍ତ୍ତି ସମୟରେ ରହିଥିବା ନେତାମାନେ ମଧ୍ୟ କ୍ଷମତା ପାଇଁ ଜନତା ଦଳ ଛାଡ଼ିଦେଇଥିଲେ । ହେଲେ ଅଶୋକ ଦାସ ହିଁ କେବଳ ରହିଯାଇଥିଲେ । ଅଶୋକଙ୍କ ଏହି କେତେ କଥା ପାଇଁ ସେ ଓଡ଼ିଶାର ସାଲିସବିହୀନ ସମ୍ରାଟ ଭାବେ ପରିଚିତ । ଅଶୋକଙ୍କ ମୃତୁ୍ ପରେ ଜୟ ପ୍ରକାଶ ଆନ୍ଦୋଳନ ବି ଲୋପ ପାଇଗଲା ।

ଅଶୋକ ଦାସ ଜଣେ ରାଜନେତା ନ ଥିଲେ , ଜଣେ ଭଲ ଆୟୁରବୈଦିକ ଡ଼ାକ୍ତର ମଧ୍ୟ ଥିଲେ । ଯାଜପୁର ଓ ଆଖପାଖ ଜିଲ୍ଲାର ବିଭିନ୍ନ ରୋଗୀଙ୍କୁ ଚେରମୂଳୀ ଦେଇ ଭଲ କରୁଥିଲେ । ସବୁବେଳେ ସେ ନିଜ ଅଭିଭାଷଣରେ ସ୍ୱାଭିମାନ ହେବାକୁ ଯୁବପୀଡ଼ିମାନଙ୍କୁ ଅାହ୍ୱାନ ଦେଉଥିଲେ । ଯାହା ଆଜି ରାଜନେତାଙ୍କ ମଧ୍ୟରେ ବିଶେଷ ଦେଖିବାକୁ ମିଳୁନାହିଁ । ଏହି ମହାନ ଜନନାୟକଙ୍କ ୧୨ ତମ ଶ୍ରଦ୍ଧା ବାର୍ଷିକ ଅବସରରେ ତାଙ୍କୁ ବିପୁଳ ଶ୍ରଦ୍ଧାଞ୍ଜଳୀ ।

Share

Leave a Reply

Your email address will not be published. Required fields are marked *

20 − 19 =