ବାରମ୍ବାର ହାରୁଛୁ, ଲାଜ ଲାଗୁନି … ଅପରାଜିତା ଏମିତି କାହିଁକି କହିଲେ ପଢନ୍ତୁ ଜାଣିବେ …

ଭୁବନେଶ୍ବର () ବାରମ୍ବାର ଆମେ ହାରିଯାଉଛୁ, ଏଟା ଲାଜ ଲାଗୁନି? ଆମେ କେମିତି ଜିତାଇବା ଏଟା ଦେଖିବା ନା ଏଟା ତା ଲୋକ ତା ଲୋକ, କାହିଁକି ତାର ଲୋକ ହେଉଛ ତମେ ? ଆପଣ କହୁନାହାଁନ୍ତି ଆମେ ଭାରତୀୟ ଜନତାପାର୍ଟିର ଲୋକ । ଯିଏ ବି ପ୍ରାର୍ଥୀ ହେବ ତାକୁ ଜିତାଇବାର ଆମର ଧର୍ମ, ଆମର କର୍ତ୍ତବ୍ୟ । ନହେଲେ ଛାଡି ଦିଅନ୍ତୁ ପାର୍ଟି । ମୁଁ ଅନୁରୋଧ କରିବି ସେହିମାନଙ୍କୁ ଯେଉଁମାନେ ୟାଙ୍କ ପାଖରେ କିମ୍ବା ତାଙ୍କ ପାଖରେ ଅଛନ୍ତି, ସେମାନେ ପାର୍ଟି ଛାଡିଦିଅନ୍ତୁ । ଭାରତୀୟ ଜନତା ପାର୍ଟି ସାଙ୍ଗରେ ରହିବାର ଅଛି । ମୋର ଭାରତୀୟ ଜନତା ପାର୍ଟିରେ କେହି ଲୋକ ନୁହଁନ୍ତି । ମୁଁ କୌଣସି ଗ୍ରୁପର କୌଣସି ଦଳର ନୁହେଁ । ଭାରତୀୟ ଜନତା ପାର୍ଟିର ବିକାଶ କେମିତି ହେବ ତାକୁ ଦେଖି ଆସିଛି । ମୁଁ ପ୍ରେରଣା ପାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ । ମିଡିଆରେ କହିଛି, ସମସ୍ତଙ୍କ ସାମ୍ନାରେ କହିବି, ଆଗାମୀ 25 30 ବର୍ଷ ବି ଆପଣ ଦେଖିବେ  ।

ଏକଥା ଆମେ କହୁନୁ । ଏକଥା କହୁଛନ୍ତି ବିଜେପି ନେତ୍ରୀ ଅପରାଜିତ ଷଢଙ୍ଗୀ । ଏଇ ମାତ୍ର କିଛି ଦିନ ତଳେ ସେ ଆଇଏଏସ ଚାକିରି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଗତ ଦୁଇ ସପ୍ତାହ ଧରି ସେ କ୍ରମାଗତ ଭାବେ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ବୁଲି କର୍ମୀ ସମ୍ମିଳନୀ କରୁଛନ୍ତି । ନିକଟରେ ଖୋର୍ଦ୍ଧାରେ ଏକ କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି ।

ତାଙ୍କର ଏହି ବକ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବିଜେପି ଦଳ ଗୋଷ୍ଠି କନ୍ଦଳରେ ଜର୍ଜରିତ । ସେ ୟା ଲୋକ, ତା ଲୋକ ହୋଇ ନେତାମାନେ ନିର୍ବାଚନ ଜିତିପାରୁନାହାଁନ୍ତି । ସେ ନିଜ ମଧ୍ୟ ଏଇ ଅଳ୍ପ ଦିନର ଅନୁଭୁତିରେ ଏହାର ଶିକାର ହୋଇସାରିଲେଣି । ତେଣୁ ସେ କର୍ମୀମାନଙ୍କୁ କଡା ଭାଷାରେ ତାଗିଦ କରିଛନ୍ତି ଯେ, ବିଜେପିରେ କୌଣସି ଗୋଷ୍ଠି କି ଦଳ ନାହିଁ । ଯେଉଁମାନେ କୌଣସି ନିର୍ଦ୍ଧିଷ୍ଠ ଗୋଷ୍ଠିଭୁକ୍ତ ହୋଇ ରହିବାକୁ ଚାହୁଁଛନ୍ତି ସେମାନେ ବିଜେପି ଦଳ ଛାଡି ଦିଅନ୍ତୁ । ଅତି ସ୍ପଷ୍ଟ ଓ କଟୁ ସ୍ବରରେ ସେ ଏଭଳି ତାଗିଦ କରିଛନ୍ତି ।

ଏଥିସହିତ ସେ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ବିଜେପିରେ କୌଣସି ଗୋଷ୍ଠି ବା ଦଳର ଅଂଶ ବିଶେଷ ନୁହଁନ୍ତି କି ହେବେନି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପ୍ରଭାବିତ ହୋଇଛନ୍ତି । ତେଣୁ ବିଜେପିର ବିକାଶ ତାଙ୍କ ଲକ୍ଷ ବୋଲି ସେ କହିଛନ୍ତି । ଏହି ମର୍ମରେ ସେ ବିଜେପିରେ ଗୋଷ୍ଠି ସୃଷ୍ଟି କରୁଥିବା କିମ୍ବା ଗୋଷ୍ଠିଭୁକ୍ତ ହେବାକୁ ବାଧ୍ୟ କରୁଥିବା ନେତାମାନଙ୍କୁ ପରୋକ୍ଷ ବାର୍ତ୍ତା ପହଁଚାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 5 =