ଇନସ୍ୟୁରାନ୍ସ କମ୍ପାନୀ ଦ୍ବାରା ଚାଷୀ ହତାସ, କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅମର

ଭୁବନେଶ୍ବର () ଚାଷୀଙ୍କୁ ହଇରାଣ କରୁଛି ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ । କେନ୍ଦ୍ର କୃଷ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ଓଡିଶା ସାଂସଦ ଅମର ପଟ୍ଟନାୟକ । ଚାଷୀଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ହଇରାଣ କରୁଥିବା ନେଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

ବରଗଡ ଜିଲ୍ଲା ସର୍ବଭାରତୀୟ ଚାଷୀ ସମନ୍ବୟ ସମିତି ପକ୍ଷରୁ ଏକ ଅଭିଯୋଗ ପାଇବା ପରେ ଅମର ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନାରେ ଇନସ୍ୟୁରାନ୍ସ କମ୍ପାନୀ ଚାଷ ଜମିର ପରିମାଣ ଓ ଉତ୍ପାଦନକୁ ନେଇ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି । ଜିଲ୍ଲାର ପଦ୍ମପୁର, ସୋହେଲା, ବିଜେପୁର ଓ ଝରବନ୍ଧ ଅଂଚଳ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ଚାଷୀଙ୍କୁ ସେମାନଙ୍କ ଫସଲ ନଷ୍ଟ ହେବା ପରେ ବି ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନାରେ ସେମାନଙ୍କୁ ନାର୍ଯ୍ୟ ଅର୍ଥ ପ୍ରଦାନ କରୁନାହିଁ ।

Share

Leave a Reply

Your email address will not be published. Required fields are marked *

1 × 2 =