ଚାଷୀଙ୍କ କଥା ଶୁଣି ଭାବବିହ୍ବଳ ହେଲେ ଚଷାପୁଅ

ଭୁବନେଶ୍ବର () କୃଷି ସମ୍ପର୍କିତ ମୁଲତବି ଆଲୋଚନା ସମୟରେ ଭାବବିହ୍ବଳ ହୋଇପଡିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ମନେପଡିଗଲା ପିଲାଦିନ କଥା । ସେ ବି ଜଣେ ଚଷା ପିଲା ଏବଂ କେମିତି ସ୍କୁଲରେ ପଢିବା ସମୟରେ ଚାଷ କାମରେ ଜେଜେ ଓ ବାପାଙ୍କୁ ସାହାର୍ଯ୍ୟ କରୁଥିଲେ ତାହା ସେ ବର୍ଣ୍ଣନା କରିଥିଲେ ।

ମୁଲତବି ଆଲୋଚନା ସମୟରେ କିଛି ବିରୋଧୀ ଦଳର ସଦସ୍ୟ ମନ୍ତ୍ରୀଙ୍କର ଚାଷୀଙ୍କ ପ୍ରତି ଆନ୍ତରିକତା ନାହିଁ ବୋଲି କହିବାରୁ କୃଷିମନ୍ତ୍ରୀଙ୍କର ନିଜ ପିଲାଦିନ କଥା ମନେପଡିଯାଇଥିଲା । ଚଷା ଘରର ପିଲା ହୋଇ ଚାଷୀଙ୍କ ପ୍ରତି କେମିତିବା ଆନ୍ତରିକତା ଓ ସହୃଦୟତା ରହିବ ନାହିଁ । ତେଣୁ ଉତ୍ତର ଦେବା ସମୟରେ ମନ୍ତ୍ରୀ ନିଜକୁ ଜଣେ ଚଷା ପୂଅ ବୋଲି ସମ୍ବୋଧନ କରି ପିଲାଦିନେ ସେ କେମିତି ନିଜ ଜେଜେ ଓ ବାପାଙ୍କୁ ବିଲରେ ସାହାର୍ଯ୍ୟ କରୁଥିଲେ ତାହା କହିଥିଲେ ।

ପିଲାଦିନେ ଧାନ କଟା ସମୟରେ ଜେଜେ ଓ ବାପାଙ୍କ ସହ ସେ ବି ବିଲକୁ ଯାଉଥିଲେ । ତାଙ୍କ ଜେଜେ ସେ ସମୟରେ ଜଣେ ବଡ ଚାଷୀ ଥିଲେ । ଧାନ କଟା ସରିବା ପରେ ତାକୁ ସେ ମୁଣ୍ଡରେ ବୋହିଛନ୍ତି । ମିଲକୁ ଧାନ କୁଟାଇବାକୁ ନେଇଛନ୍ତି । ଏପରିକି ଧାନ କଟା ସରିବା ପରେ ବିଲରେ ପଡିଥିବା ଧାନ କେଣ୍ଡାକୁ ଗୋଟାଇ ଗୌଣୀ ହିସାବରେ ଜଳଖିଆ ଦୋକାନରେ ଦେଇ ବରା, ଆଳୁଚପ ବି ଖାଇଛନ୍ତି । ତେଣୁ ସେ ଯେ ଚାଷ ସହ ସମ୍ପୃକ୍ତ ନୁହଁନ୍ତି ତାହା ଭୁଲ ବୋଲି ସେ କହିଥିଲେ ।

Share

Leave a Reply

Your email address will not be published. Required fields are marked *

1 + 9 =