ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଲେ କୃଷିମନ୍ତ୍ରୀ

ନୟାଗଡ () ଲୋକଙ୍କ ସୁଖଦୁଃଖର ସାଥୀ ହୁଏ, ସ୍କୁଲ ଓ ଅନାଥାଶ୍ରମରେ ମଧ୍ୟାହ୍ନ ଭୋଜନ କର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିର୍ଦ୍ଦେଶକୁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଗତକାଲି ଟ୍ରେନରେ ନୟାଗଡ ଯାତ୍ରା କରିଥିବା ବେଳେ ଆଜି ନିଜ ନିର୍ବାଚନମଣ୍ଡଳୀରେ ଥିବା ଏକ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ତାହାପୁଣି ମାଗଣାରେ ନୁହେଁ । ବାକାଇଦା କାଉଣ୍ଟରରେ 5ଟଙ୍କା ଦେଇ ଟିକେଟ କାଟି, ସାଧାରଣ ଲୋକଙ୍କ ଭଳି ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଅରୁଣ ସବୁ ବେଳେ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସୁଖଦୁଃଖରେ ରହୁଥିବା ବେଳେ ଆଜି ଆହାର କେନ୍ଦ୍ରରେ ଭୋଜନ କରିବା ପରେ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − six =