ବିଜେଡିର 54 ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ବର () ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ 9ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 63ଟି ବିଧାନସଭା ମଧ୍ୟରୁ ଆଜି ବିଜେଡି 54ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦେଖନ୍ତୁ କେଉଁ ଆସନରୁ କିଏ ହେଲେ ଦଳୀୟ ପ୍ରାର୍ଥୀ ।

ସୁନ୍ଦରଗଡ ବିଧାନସଭା ପାଇଁ ଯୋଗେଶ ସିଂହ, ରାଜଗାଙ୍ଗପୁରରୁ ମଙ୍ଗଳା କିଶାନ, ତଳସରାରୁ ଷ୍ଟିଫେନ ସୋରେନ, ରାଉଲକେଲାରୁ ସାରଦା ନାୟକ, ରଘୁନାଥପାଲ୍ଲିରୁ ସୁବ୍ରତ ତରାଇ ଓ ବଣାଇରୁ ରଣଜିତ କିଶାନଙ୍କୁ ପ୍ରାର୍ଥୀ କରାଯାଇଛି ।

ଟିଟଲାଗଡ ବିଧାନସଭା ପାଇଁ ଟୁକୁନି ସାହୁ, ପାଟଣାଗଡରୁ ସରୋଜ ମହେର, ସୋନପୁରରୁ ନିରଂଜନ ପୁଜାରୀ, କଣ୍ଟାବାଂଝୀରୁ ଅଜୟ ଦାସ ଏବଂ ବିରମହାରାଜପୁର ବିଧାନସଭା ଆସନରୁ ପଦ୍ମନାଭ ବେହେରା ପ୍ରାର୍ଥୀ ହୋଇଛି ।

ବରଗଡ ବିଧାନସଭାରୁ ଦେବେଶ ଆଚାର୍ଯ୍ୟ, ଅତାବିରାରୁ ସ୍ନେହାଙ୍ଗିନି ଛୁରିଆ, ଭଟଲି ସୁଶାନ୍ତ ସିଂହ, ପଦ୍ମପୁରରୁ ବିଜୟରଂଜନ ସିଂହ ବରିହା, ବିଜେପୁର ନବୀନ ପଟନାୟକ ଓ ଝାରସୁଗୁଡାରୁ ନବ ଦାସ ପ୍ରାର୍ଥୀ ହୋଇଛନ୍ତି ।

ବିଶମକଟକ ବିଧାନସଭା ଆସନରୁ ଜଗନ୍ନାଥ ସାର୍କା, ଗୁଣୁପୁରୁରୁ ରଘୁନାଥ ଗମାଙ୍ଗୋ, ରାୟଗଡାରୁ ଲାଲବିହାରି ହିମିରିକା, କୋରାପୁଟରୁ ରଘୁରାମ ପୋଟାଡ, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ଜୟପୁରରୁ ରିବିନାରାୟଣ ନନ୍ଦ ପ୍ରାର୍ଥୀ ହୋଇଛନ୍ତି ।

ନବରଙ୍ଗପୁର ବିଧାନସଭା ଆସନ ପାଇଁ ସଦଶିବ ପ୍ରଧାନୀ, ଉମରକୋଟରୁ ସୁବାଷ ଗଣ୍ଡ, ଡାବୁଗାଁରୁ ମନୋହର ରନ୍ଧାରୀ, କୋଟପାଡରୁ ପଦ୍ମିନୀ ଦିଆନ, ଚିତ୍ରକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ବାକା ପ୍ରାର୍ଥୀ ହୋଇଛନ୍ତି ।

ଭବାନିପାଟଣା ବିଧାନସଭାରୁ ଦୁଷ୍ମନ୍ତ ନାୟକ, ନର୍ଲାରୁ ଭୁପିନ୍ଦର ସିଂହ, ଜୁନାଗଜରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡରୁ ମୌସୁଡି ବାଗ, ନୂଆପଡାରୁ ରାଜେନ୍ଦ୍ର ଢୋଲକିଆ ଓ ଖରିଆରରୁ ଲମ୍ବୋଦର ନିଆଳଙ୍କୁ ପ୍ରାର୍ଥୀ କରାଯାଇଛି ।

ବ୍ରହ୍ମପୁର ବିଧାନସଭା ପାଇଁ ବିକ୍ରମ କୁମାର ପଣ୍ଡା, ଗୋପାଳପୁରରୁ ପ୍ରଦୀପ ପାଣିଗ୍ରାହୀ, ଦିଗପହଣ୍ଡିରୁ ସୂର୍ଯ୍ୟନାରାୟଣ ପାତ୍ର, ଚିକିଟିରୁ ଉଷା ଦେବୀ, ଛତ୍ରପୁରରୁ ସୁବାଷ ଚନ୍ଦ୍ର ବେହେରା, ପାରଳାଖେମୁଣ୍ଡିରୁ କଲ୍ୟାଣୀ ଗଜପତି, ମୋହନାରୁ ପୂର୍ଣ୍ଣବାସୀ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି ।

ଆସିକା ବିଧାନସଭା ଆସନରୁ ମଂଜୁଳା ସ୍ବାଇଁ, ସୋରଡାରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସାନଖେମୁଣ୍ଡି ନନ୍ଦିନୀ ଦେବୀ, ହିଂଜିଳିରୁ ନବୀନ ପଟ୍ଟନାୟକ, ପୋଲସରାରୁ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଖଲିକୋଟରୁ କେ.କେ. ସୂର୍ଯ୍ୟମଣୀ ବୈଦ୍ୟ ।

Share

Leave a Reply

Your email address will not be published. Required fields are marked *

eight + fifteen =