କଂଗ୍ରେସ ଏସସି ସେଲର ଅଧ୍ୟକ୍ଷ ଭାବେ ବିଭୁ ତରାଇଙ୍କୁ ଦାୟିତ୍ୱ

ନିର୍ବାଚନୀ ଋତୁ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଋଣନୀତି ଏବଂ ଦଳର ସାଂଗଠନିକ ସ୍ତରରେ ଅଦଳ ବଦଲ କରିବାରେ ଲାଗି ପଡିଛନ୍ତି । ଆଜି କଂଗ୍ରେସ ରାଜ୍ୟର ମହିଳା ସଭାପତିଙ୍କୁ ପରିବର୍ତନ କରିଛି । ସୁମିତ୍ରା ଜେନା ଏବେ ରାଜ୍ୟ ମହିଳା ସେଲକୁ ସମ୍ଭାଳିବେ ।
ସସ୍ମିତା ବେହେରାଙ୍କ ସ୍ଥାନରେ ସୁମିତ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ସୁମିତ୍ରାଙ୍କ ନାମରେ ମୋହର ମାରିଛନ୍ତି ।
ଏହା ସହ କଂଗ୍ରେସ ଏସସି ସେଲର ଅଧ୍ୟକ୍ଷ ଭାବେ ବିଭୁ ତରାଇଙ୍କୁ ଦାୟିତ୍ୱ ଦିଆ ଯାଇଛି । ପୂର୍ବରୁ ଏହି ଦାୟିତ୍ୱ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ହାତରେ ନ୍ୟସ୍ତ ଥିଲା । ତେବେ ଶ୍ରୀ ଶଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ ଭାବେ ନୂତନ ନିଯୁକ୍ତି ମିଳିଛି । ସେହିପରି ପିସିସି କାର‌୍ୟ୍ୟନିର୍ବହୀ କମିଟିର ସଦସ୍ୟ ଭାବେ ଜଗନ୍ନାଥ ପଟ୍ଟନାୟକଙ୍କୁ ସାମିଲ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × two =