ଦେଖନ୍ତୁ ଦେଶର ସବୁଠାରୁ ବ୍ୟୟ ବହୁଳ ବାହାଘର ଆୟୋଜନର ଝଲକ

ନୂଆଦିଲ୍ଲୀ () ଏସିଆର ସବୁଠାରୁ ଧନୀ ବ୍ୟକ୍ତି ରିଲାଏନସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀ ନିକଟରେ ପିରାମଲ ଇଣ୍ଡଷ୍ଟ୍ରିର ମୁଖ୍ୟ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି । ପାରମ୍ପାରିକ ରିତିନୀତିରେ ଅନୁଷ୍ଠିତ ଏହି ବିବାହ ଉତ୍ସବକୁ ଦେଶର ନାମୀଦାମୀ ନେତା, କଳାକାର, ଶିଳ୍ପପତି ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ବିବାହ ଉତ୍ସବର ଆୟୋଜନ ମଧ୍ୟ ବେଶ ଜାକଜମକର ସହ ହୋଇଥିଲା । ଅମ୍ବାନୀଙ୍କ ଝିଅ ବାହାଘର ଭୋଜିରେ ହିଲାରି କ୍ଲିଣ୍ଟନ ମଧ୍ୟ ଯୋଗ ଦେଇଥିଲେ । ବଲିଉଡ ବାଦଶାହା ଅମିତାଭ ବଚ୍ଚନ, ରଜନିକାନ୍ତ, ସଚିନ ତେନ୍ଦୁଲକର, ଶାହାରୁଖ ଖାନ, ଅମୀର ଖାନ, ପ୍ରିୟଙ୍କା ଓ ନିକ, ଅଭିଶେଖ ଓ ଐଶ୍ବର୍ଯ୍ୟା, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଅନୀଲ ଅମ୍ବାନୀ, ଦୀପିକା ଓ ରଣବୀରଙ୍କ ଭଳି ସେଲିବ୍ରିଟିମାନେ ଯୋଗ ଦେଇଥିଲେ । ଏହା ଭାରତର ସବୁଠାରୁ ଦାମୀ ବାହାଘର ବୋଲୁ କୁହାଯାଉଥିବା ବେଳେ ଏହା ଅମ୍ବାନୀଙ୍କ ଟାୱାର ହାଉସ ଆଣ୍ଟିଲାରେ ଆୟୋଜିତ ହୋଇଥିଲା । ଆଣ୍ଟିଲାକୁ ସଂଯୋଗ କରୁଥିବା ସଂପୁର୍ଣ୍ଣ ରାସ୍ତାକୁ ଏବଂ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ଗଛକୁ ରଙ୍ଗିନ ଆଲୁଅରେ ରଙ୍ଗିନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

15 + 20 =