ଭାରତରେ ସ୍ପୁଟିନିକ୍‌-ଭି ଟିକା ଉତ୍ପାଦନକୁ ଗ୍ରୀନ ସିଗନାଲ୍‌

ନୂଆଦିଲ୍ଲୀ: ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦନ କରିବ ସିରମ ଇନଷ୍ଟିଚ୍ୟୁଟ । ବୁଧବାର କମ୍ପାନୀ ଡିସିଜିଆଇକୁ ଉତ୍ପାଦନ ପାଇଁ ଅନୁମତି ମାଗିଥିଲା । ଆଜି ଏହା ଉପରେ ମୋହର ମାରିଛି ଡିସିଜିଆଇ । ସମ୍ପୂର୍ଣ୍ଣ ପରୀକ୍ଷଣ, ଯାଞ୍ଚ ଓ ବିଶ୍ଲେଷଣ ପାଇଁ ସେରମକୁ ସ୍ଫୁଟନିକ ଭି ଟିକା ଉତ୍ପାଦନ ପାଇଁ ଅନୁମତି ମିଳିଛି । କମ୍ପାନୀ ତା’ର ହଦପସର ପ୍ରତିଷ୍ଠାନରେ ଏହାର ଉତ୍ପାଦନ କରିବ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି । ହଦପସର ପ୍ରତିଷ୍ଠାନରେ ସ୍ପୁଟନିକ ଭି ଟିକାକୁ ବିକଶିତ କରିବା ପାଇଁ ସେରମ ରୁଷର ମସ୍କୋରେ ଥିବା ଗାମେଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାକ୍ରୋବାୟୋଲିଜି ସହ ଅନୁବନ୍ଧିତ ହୋଇଥିଲା। ସେରମ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଆମକୁ ପ୍ରାଥମିକ ଅନୁମତି ମିଳିଛି।

Share

Leave a Reply

Your email address will not be published. Required fields are marked *

six + two =