୬-୧୨ ବର୍ଷ ପିଲାଙ୍କ ଉପରେ ଆଜିଠୁ ଏମ୍ସରେ ଟୀକା ଟ୍ରାଏଲ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । କାରଣ ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ଛୋଡ ପିଲାଙ୍କ ପାଇଁ ଅଧିକ ଘାତକ ହୋଇପାରେ । ସେଥିପାଇଁ ପିଲାଙ୍କୁ ଟୀକାକରଣ କରିବାର ଆଗୁଆ ପକ୍ଷେପ ନିଆଯାଉଛି । ଟୀକାର ପରୀକ୍ଷଣ ଆରମ୍ଭ ହୋଇଯାଇଛି । ୬ ରୁ ୧୨ ବର୍ଷ ପିଲାଙ୍କ ଉପରେ ଆଜିଠୁ ଦିଲ୍ଲୀ ଏମ୍ସରେ କୋଭାକ୍ସିନ ଟୀକାର ପରୀକ୍ଷଣ ଆରମ୍ଭ ।

ପ୍ରଥମ ଦିନରେ ୫ ରୁ ୧୦ ଜଣ ପିଲାଙ୍କୁ ଟୀକାକରଣ କରାଯିବ । ପ୍ରଥମେ ସେମାନଙ୍କୁ ସ୍କ୍ରିନିଂ କରାଯିବ ଏହାପରେ ଟୀକା ଦିଆଯିବ । ସେହିପରି ଗତ ଶନିବାର ଦିନ ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭାକ୍ସିନ ଟୀକା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

one × two =