ପୁଲିସ୍‌ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଉଠାଇନେଲେ ଆତଙ୍କବାଦୀ

କାଶ୍ମୀର: ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ୬ ଜଣ ପୁଲିସ୍‌ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଅପହରଣ କରି ନେଇଛନ୍ତି ।ଆତଙ୍କବାଦୀମାନେ ଗୁରୁବାର ସନ୍ଧ୍ୟାରେ ପୁଲିସ୍‌ କର୍ମଚାରୀଙ୍କ ଘରେ ପଶି ପରିବାର ଲୋକଙ୍କୁ ଉଠାଇ ନେଇଛନ୍ତି। ଶ୍ରୀନଗର, ଅନନ୍ତନାଗ, ପୁଲୱାମା, କୁଲଗାମ୍‌ ଓ ତ୍ରାଲ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି।ଗତ ବୁଧବାର ତ୍ରାଲ୍‌ ଅଞ୍ଚଳରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ପୁଅକୁ ଆତଙ୍କବାଦୀମାନେ ଉଠାଇ ନେଇଥିଲେ। ସେହିପରି ଅନ୍ୟ ଅପହୃତଙ୍କ ମଧ୍ୟରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ଭାଇ ଓ ଅନ୍ୟ ଜଣେ ପୁଅ ଥିବା ଜଣାପଡ଼ିଛି।ସମସ୍ତ ଅପହୃତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବାକୁ ଉଦ୍ୟମ ଜାରି ରହିଥିବା ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ କାଶ୍ମୀର ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବା ସହ କିଛି ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଗିରଫ କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀମାନେ ଏପରି ଅପହରଣ କରିଥିବା କୁହାଯାଉଛି।

Share

Leave a Reply

Your email address will not be published. Required fields are marked *

12 − seven =