ପଢ଼ନ୍ତୁ ଆଜି ରାଜ୍ୟରେ କେଉଁ ଜିଲ୍ଲାରେ କେତେ ରହିଛି ପେଟ୍ରୋଲ ଦର

ଭୁବନେଶ୍ୱର: ରାଜ୍ୟରେ ମଧ୍ୟ ପେଟ୍ରୋଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୯୫ ଟଙ୍କା ୯୪ ପଇସା ରହିଛି । ଅନୁଗୁଳରେ ୯୫.୦୫, ବାଲେଶ୍ୱରରେ ୯୫. ୦୪, ବରଗଡ଼ରେ ୯୬.୦୨ ପଇସା ରହିଛି । ସେପଟେ ବଲାଙ୍ଗୀର ବୌଦ୍ଧରେ ୯୭ ଟଙ୍କା ଉପରେ ଦର ରହିଥିବା ବେଳେ କଳାହାଣ୍ଡିରେ ୯୮ଟଙ୍କା ୦୮ ପଇସା ଓ ନବରଙ୍ଗପୁରରେ ୯୯ଟଙ୍କା ୯୯ ପଇସା ରହିଛି । ତେବେ ଓଡ଼ିଶାର ଏଭଳି ଅନେକ ଜିଲ୍ଲାରେ ୯୯ଟଙ୍କା ଉପରେ ରହିଛି ପେଟ୍ରୋଲ ରେଟ୍ ।

ସେପଟେ ଦେଶରେ ୬ଟି ରାଜ୍ୟରେ ୧୦୦ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଏହି ୬ଟି ରାଜ୍ୟ ହେଲା ମହାରାଷ୍ଟ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଲଦାଖର କିଛି ୟୁନିୟନ ସ୍ଥାନରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଯାହାକି ନିମ୍ନ ମଧ୍ୟବିତଙ୍‌କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

4 × 1 =