ପାକିସ୍ତାନରେ ଟ୍ରେନ ଦୁର୍ଘଟଣା

ନୂଆଦିଲ୍ଲୀ: ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ଏଥିରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଘଟିଛି ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ଏକ ସହର ପାଖରେ । ସାର ସାୟଦ ନାମକ ଏକ୍ସପ୍ରେସ ଟ୍ରେନ ଲାହୋର ଅଭିମୁଖେ ଯାଉଥିବା ବେଳେ ମିଲିଆତ ଏକ୍ସପ୍ରେସ ସହ ମୁହାଁମୁହିଁ ଦୁର୍ଘଟଣା ହୋଇଛି ।

ଉଭୟ ଟ୍ରେନ ଏବେ ରେଳ ଧାରଣା ଉପରେ ପଡ଼ିରହିଛି । ତେବେ ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଆହତ ଲୋକଙ୍କୁ ଉଦ୍ଧାର କରିଛନ୍ତି । କରୋନା ମହାମାରୀ ପାଇଁ ଟ୍ରେନରେ ଯାତ୍ରୀ ସଂଖ୍ୟା ଅଧିକ ନଥିବା ଜଣା ପଡ଼ିଛି । ସୂଚନାଯୋଗ୍ୟ, ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା ଏବେ ସାଧାରଣା ଘଟଣା ପାଲଟି ଯାଇଛି। ଦୁର୍ବଳ ସିଗନାଲ ବ୍ୟବସ୍ଥା ପାଇଁ ଏଭଳି ଦୁର୍ଘଟଣା ଘଟୁଥିବା ସୂଚନା ରହିଛି। ସେଠିକାର ସରକାର ସିଗନାଲକୁ ସଜାଡିବା ଉପରେ ଗୁରୁତ୍ୱ ଦେଉନଥିବା ସୂଚନା ରହିଛି।

Share

Leave a Reply

Your email address will not be published. Required fields are marked *

eighteen − 4 =